Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

ନାୟକ

ନାୟକ

1 min
278


ମନ ଗହନର ଭାବ ରଙ୍ଗ ମଞ୍ଚେ

      ନାୟକ ତୁମେ ତ ପ୍ରଭୁ,

ଏ ଛାର ଜୀବନେ ଯାହା ମୁଁ ଲଭିଛି

       ତୁମରି ଦାନ ଯେ ସବୁ |


ଦେଇଛ ଜୀବନ ଦେବ ବି ମରଣ

      ଆସିବ ଯେବେ ସମୟ,

ତୁମ ବିନା ପ୍ରଭୋ କିଛି ବି ଘଟେନା

      ସବୁ କାର୍ଯ୍ୟମୂଳେ ଥାଅ |


ତୁମରି ଇଙ୍ଗିତେ ମୁଁ ଯେ କ୍ରୀଡ଼ନକ

      ଯେମିତି ଖେଳାଅ ଖେଳେ,

ଏହି ଅନୁଭବ ହୃଦୟେ ସଞ୍ଚରେ

       ତୁମକୁ ଭାବିବା ବେଳେ |


ସବୁରି ଉର୍ଧ୍ୱରେ ତୁମେ ତ ଚରମ

      ପରମ ଆତ୍ମା ସୃଷ୍ଟିରେ,

ତୁମେ କର୍ମ ଦାତା ତୁମେ ଫଳଦାତା

      ସବୁ କର ନିୟମରେ |


ମାୟା ରଙ୍ଗ ମଞ୍ଚେ ଯାତ୍ରା ଚାଲେ ସଦା

       ତୁମେ ନେପଥ୍ୟରେ ଥାଅ,

ଦୃଶ୍ୟ ପରେ ଦୃଶ୍ୟ ତୁମ ନିର୍ଦେଶରେ

      ହୋଇଥାଏ ଅଭିନୟ |


କେବେ ବା କାରୁଣ୍ୟ ଅଭିନୟ ପାଇଁ

      ଆଖିରେ ଶ୍ରାବଣ ଧାରା,

କେବେ ବା ଆନନ୍ଦ ମିଳନର ପର୍ବ

      ହୃଦୟରେ ପ୍ରୀତି ଭରା |


ତୁମେ ଏକମାତ୍ର ସଫଳ ନାୟକ

      ସଂସାରର ରଙ୍ଗମଞ୍ଚେ,

ଭାବରେ ତୁମେ ତ ଅତି ଆପଣାର

      ଚିନ୍ତନେ ହୃଦୟ ନାଚେ |


Rate this content
Log in

Similar oriya poem from Inspirational