ନାରଖାର ପୂର୍ବରୁ ହୁଅ ହୁସିଆର
ନାରଖାର ପୂର୍ବରୁ ହୁଅ ହୁସିଆର
ଶହ ଶହ ମୋର ଗାଁ, ଭାଇ ଚାରା ହୋଇଛି ଭର୍ତ୍ତି
ମୋର ଭାରତ ଭିତରେ
ସରଗ ନୁହେଁ ତାର ସମ ଏକାଠି ରହୁଛୁ ଆମେ
ସର୍ବେ ଗୋଟିଏ ନିଡରେ l
ମାନବ ଜୀବନ ଶ୍ରେଷ୍ଠ ମାନବ ସେବା ଶ୍ରେଷ୍ଠ ଧର୍ମ,
ଗାଉ ସବୁ ମଣିଷ ରୁହନ୍ତୁ ସୁଖରେ
ତୁମେ ଓ ମୁଁ ର ଅବସ୍ଥାନ ନୁହେଁ ଭିନ୍ନ, ଦର୍ଶନ ଆମର
ଦୁଇଗୋଟି ପକ୍ଷୀ ଗୋଟିଏ ଡାଳରେ l
ଗାଁ ସବୁ ମୋର ମୁଖରିତ ହୁଏ ବାର ମାସ ତେର
ପର୍ବ ପର୍ବାଣୀରେ
ସ୍ନେହ ପ୍ରେମର ସମ୍ପର୍କ ଛିଡା ହୋଇଛି ଭେଦ ଭାବ
ରଜୁକୁ ଛେଦିରେ l
ମତାନ୍ତର ଅଛି କିନ୍ତୁ ମନାନ୍ତର ନାହିଁ, ବିପଦେ ସର୍ବେ
ଗୋଟେ ଛାତ ତଳେ ଛିଡା
ରଜ, ଦୋଳ, ଦଶହରା ପର୍ବରେ ସମସ୍ତେ ମମତା
ବନ୍ଧନେ ଏକ ଭାବେ ହୋଇଛୁ ଗଢା l
ଚେଷ୍ଟା ଚାଲିଛି କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀର ପଣସ ଖାଇ
ଅଠା ନେସାରେ ହୋଇଛନ୍ତି ଅଭ୍ୟସ୍ତ
କାଉ ପରି ଦୋଷ ସାରା ଅନ୍ୟ ମୁଣ୍ଡେ ବୋଳିଦେଇ ସୁବଚନ
ପରଷି ଠକିବାରେ ବ୍ୟସ୍ତ l
କଳି ମଞ୍ଜି ଆଣି ନିତି ଦିନ ପୋତି ସର୍ବଦା ଚେଷ୍ଟିତ ନ୍ୟସ୍ତ
ସ୍ୱାର୍ଥ ଗୋଷ୍ଠୀ ମନାନ୍ତର ସୃଷ୍ଟି ପାଇଁ
ପାପର ଗଦାରେ ଠିଆ ହୋଇ କହୁଛି ପୁଣ୍ୟ ପଥ ଥାଅ ଧରି,
ମନେ ଭାବେ କେହି ଜାଣିବେ କାହିଁ ପାଇଁ l
ସମୟ ଆସିଛି ନିଜକୁ ପଚାରିବାକୁ ଆତ୍ମ ବିଶ୍ଳେଷଣ ଓ
ଆତ୍ମ ସମୀକ୍ଷଣ କରି
ପାଇବା ଉତ୍ତର, ଦୋଷ ଅବା ଦେବା କାହାକୁ ଭଲା ମିଛ
ଜାଲେ ଫସିଛେ କୃତ କର୍ମ ଆମ ସବୁରି l
ମିଠା ନରମ କଥାରେ ଭଳି ଆପଣା ହାତେ ଜିଭ
ଛେଦନ କଲୁ
ଜାଣି ଶୁଣି ବିରାଡ଼ି ବୈଷ୍ଣବ ଭାଷା ଠିକାଦାରକୁ
ଶାସନରେ ବସାଇଲୁ l
ବୀଜ ଫୁଟିଲେ ଅଙ୍କୁରିତ ହୋଇ ପତର ଖୋଲେ,
ସବୁ ହୋଇଯିବ ନାରଖାର
ସ୍ୱାର୍ଥ ପାଇଁ ଠକି ଚାଲେ ବାରବାର, ସବୁ ନାରଖାର
ପୂର୍ବରୁ ଏବେ ହୁଅ ହୁସିଆର l
