STORYMIRROR

Bikesh Sahu

Inspirational

3  

Bikesh Sahu

Inspirational

ନାରୀ

ନାରୀ

1 min
13K


ନାରୀ ! ଦୁଇଟି ଅକ୍ଷରର ସମ୍ମିଶ୍ରଣ

ସତେ କି ଆକାଶ ପରି ବିଶାଳ

ପରିବ୍ୟାପ୍ତ ତା'ର ହୃଦୟର ବିଶାଳତା

ଆଉ ସମୁଦ୍ର ପରି ଅସରନ୍ତି ତା'ର ସ୍ନେହ ଆଉ ମମତା

ଆଉ ସେ ଦୁଇଟିର ମିଳନରେ ସୃଷ୍ଟି ତାହାର ..।

କେତେବେଳେ ସେ ଜନନୀ ସାଜି

ହୃଦୟ ମନ୍ଦିର ଭିତରେ ଦୀପ ଜାଳି

ମନାସୁଥାଏ ନିଜ ସନ୍ତାନର ମଙ୍ଗଳ

ଆଉ କେତେବେଳେ ଜାୟା ସାଜି

ବାଣ୍ଟି ଚାଲେ ସ୍ନେହ ଆଉ କରିଚାଲେ

ପରକୁ ବି ନିଜଠୁ ବି ନିଜର...।

କେବେ ସେ ଦୁର୍ଗା ସାଜି ରକ୍ତର ହୋଲି ଖେଳି

ଅତ୍ୟାଚାରୀ ମହିଷାର ମୃତ୍ୟୁର କାରଣ ସାଜେ ତ

ଆଉ କେତେବେଳେ ସରସ୍ୱତୀ ସାଜି

ପଢ଼ାଇ ଚାଳେ ଜୀବନ ବଞ୍ଚିବାର 

ନୀତିଗର୍ଭିତ ଭାଗବତ...।

ସବୁରି ପଛରେ ତ ତା'ରି ହାତ

ସବୁ ସଫଳତା ପଛରେ ରହିଥାଏ

ତା'ରି ପ୍ରେରଣା ଆଉ ଶୁଭ କାମନା ହୃଦୟର 

ସତରେ ସେ ତ ପ୍ରେରଣାର ଉତ୍ସ

ସ୍ୱାର୍ଥପର ଦୁନିଆ ଭିତରେ

ସେ ହିଁ ତ

ନିଃସ୍ୱାର୍ଥପରତାର ଏକ ମାତ୍ର ପ୍ରତୀକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational