ନାରୀ
ନାରୀ


ନାରୀ ନୁହେଁକେବେ ଅବଳା ଦୁର୍ବଳା ଅବା କେଉଁ ଭୋଗ୍ୟବସ୍ତୁ ,
ଧରିତ୍ରୀ ଭଳିଆ ସର୍ବସଂହା ସିଏ ସର୍ବ ସମ୍ପଦର ହେତୁ ।।
ଗୋଟିଏ ନାରୀତ ଗଢି ଦେଇପାରେକୋଟିଏ ନୂଆ ଜୀବନ,
କ୍ରୋଧେ ନାରୀ ଯଦି ଜର୍ଜରିତ ହୁଏ ରାବଣର ଲଙ୍କା ଚୂର୍ଣ୍ଣ।।
ନାରୀର ଶକତି ଦେଖି ଜନ୍ତୁପତି ଆପଣା ଭୁବନ ଛାଡି,
ସାବିତ୍ରୀ ମାତାଙ୍କୁ ସତ୍ୟବାନ ପ୍ରାଣ ଦେଇଥିଲେ ଦିନେ ବାଢି।।
ଭୁଲ ନାହିଁ କେବେ ଆମ ଜୀବନକୁ ନାରୀର ସେ ଅବଦାନ,
ଭଗିନୀ,ଜନନୀ,ଜାୟା,କନ୍ୟା ରୂପେ ତାହାର ମହାନ ଦାନ ।।
ଯେଉଁ ଦେଶେ ନାରୀ ପୂଜା ପାଇଥାଏ ହୋଇଥାଏ ବନ୍ଦନୀୟା
ସେହି ଦେଶୁ ହଟେ ଅଭାବ କଷଣ ଦୁର୍ଗତୀ କରାଳ ଛାୟା ।।
ନାରୀ ପ୍ରଗତିରେ ଦେଶର ପ୍ରଗତି ବିଶ୍ୱର ପ୍ରଗତି ରଥ
ଆଗକୁ ଆଗକୁ ମାଡିଚାଲିଥାଏ ଅବାରିତ ଅବିରତ।।
ଆଧୁନିକ ଯୁଗେ ପ୍ରତିକ୍ଷେତ୍ରେ ଶୁଭେ ନାରୀର ବିଜୟ ଶଙ୍ଖ
ମହାକାଶ,ରାଜନୀତି ,ଦେଶରକ୍ଷା, ସବୁଠି ତାଙ୍କରି ଟେକ ।।
ପୁରୁଷ ସମାଜ ନାରୀକୁ ସମ୍ମାନ କରିବା ଶପଥ ନିଅ
ଅର୍ଦ୍ଧରାତ୍ରେ ନାରୀ ବୁଲିବ ଯେପରି ବାପୁଜୀଙ୍କ କଥା ଥୟ।।
ନାରୀ ସ୍ୱାଧୀନତା ନାରୀର ସୁରକ୍ଷା କରିବା ଜୀବନ ବ୍ରତ
ପୂଣ୍ୟ ଭାରତର ହେଉ ଜୟଗାନ ନାରୀ ଜାଗରଣ ମନ୍ତ୍ର ।।