STORYMIRROR

Manaswini Dash

Inspirational

3  

Manaswini Dash

Inspirational

ନାରୀ

ନାରୀ

1 min
233

ଗଭୀର ତମସାର ବକ୍ଷକୁ ଚିରି ଯେମିତି ନବୋଦିତ ଭାସ୍କରର ଉଦୟ 

ସେମିତି ବସୁଧାର କୋଳରେ ହାସ୍ୟମୟୀ, ଲାସ୍ୟମୟୀ ପ୍ରତିମା ନାରୀର ଅଦ୍ଭ୍ୟୁଦୟ 

ତା ବିନା ସୃଷ୍ଟିର ଗତି ଯେମିତି ସ୍ଥଗିତ, ପ୍ରଗତି ସେମିତି ମନ୍ଥର 

ତାର ଆବିର୍ଭାବ ଯେମିତି ରଚିଦିଏ ଅଦ୍ଭୁତ ଇତିହାସ ଅନେକ ଯୁଗର ||

ହେ ନାରୀ !

ସମସ୍ତ ଯୋଗ୍ୟତା, କ୍ଷମତା ଅନ୍ତରାଳେ ତୁ ଆଜି ନିର୍ଯ୍ୟାତିତା 

ସମସ୍ତ ସ୍ୱାଧୀନତା ତୋର ଅପହୃତ ଆଜି ତଥାପି ତୁ ଅପରାଜିତା 

ସମାଜ ଲୋଟିଛି ତୋର ସ୍ୱାଭିମାନ ପୁଣି ବଞ୍ଚିବାର ସମସ୍ତ ସ୍ପୃହା 

ତୋ ପାଇଁ ନାହିଁ ମୁକ୍ତ ଆକାଶ ପୁଣି ଜୀବନର ବାଞ୍ଛିତ ରାହା ||

ନିରବତାକୁ ତ୍ୟାଗ କରି ଉଦୟ କର ପ୍ରତିବାଦର ସ୍ୱର 

ତେଜସ୍ୱିନୀ ହୋଇ ବିଲୋପ କର ଅନ୍ଧାର ଯନ୍ତ୍ରଣାର, ପ୍ରତାରଣାର ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational