STORYMIRROR

SUKANTA KHANDA

Abstract Inspirational Others

4  

SUKANTA KHANDA

Abstract Inspirational Others

ନାରୀ

ନାରୀ

1 min
248


ନାରୀ ଦିବସରେ ଆଜି ମୁଁ ଅନ୍ତରେ

ପ୍ରଣିପାତ କରୁଅଛି

ସକଳ ଶକ୍ତିର ଅଧିକାରିଣୀ ଯେ

ଗଙ୍ଗାପରି ବହୁଅଛି।୧

ସ୍ବଚ୍ଛ ନିରିମଳ ମନ କଳକଳ

ପବିତ୍ର ହୃଦ ଯାହାର

ଜଗତ ରକ୍ଷାକୁ ଆପଣେଇ ଥାଅ

ଯେପରି ବହେ ନିର୍ଝର।୨

ଝିଅ ହୋଇ ବାପା ମାଆଙ୍କର ଦୁଃଖ

ହରଣ କରୁଛ ସଦା 

ଭଉଣୀ ହୋଇକି ଭାଇର ଦୁଃଖରେ

ହୁଅନା ଊଣା କି ଅଧା?୩

ମାଆ ହୋଇ ଯିଏ ସନ୍ତାନ ଯତ୍ନରେ

ନିଜକୁ ହଜେଇ ଦିଏ

ତା'ପରି ଜଗତେ କିଏ ଅଛି କୁହ

ଦୁଃଖ ପଛେ ନିତି ପାଏ।୪

କୋଟିଏ କର୍ମରେ ପରିବାର ପାଇଁ

ସକାଳରୁ ସଞ୍ଜଯାଏ

ନିଜକୁ ସର୍ବଦା ବଳିଦାନ ଦେଇ

ଲୁହ ପଛେ ପିଉଥାଏ।୫

ଈଶ୍ବରଙ୍କ ପାଖେ ପ୍ରାର୍ଥନା କରୁଛ

ଦୁଃଖ ଦିଅ ନିରନ୍ତର

ପରିବାର ପାଇଁ କିଛି ବି କରିବ 

ଏହି ଶକ୍ତି ଦିଅ ବାର।୬

ନାରୀ ହିଁ ହୋଇକି ସମୟ କାଟିବା

ମାଗିଛ ଈଶ୍ବର ପାଖେ

ଦୁଃଖ ଆଉ କଷ୍ଟ ଯେତେ ଝଡ଼ଝଞ୍ଜା

ଯାଇନ ସଦା ବିମୁଖେ।୭

ମନରେ ସଭିଙ୍କୁ କରିଛ ନିଜର

ହୃଦରେ ଭାବ ଠାକୁର

ତାଙ୍କ ପାଇଁ ଯାଉ ଏ ତୁଚ୍ଚ ଜୀବନ

ଡାକୁଛ ଯୋଡି଼କି କର।୮

ପ୍ରଗତି ଚାହୁଁଛ ମର୍ତ୍ତ୍ଯ ଭବିଷ୍ଯତେ

ଆଉ ପରିବାର ପାଇଁ

ପୁରୁଷ ନିମନ୍ତେ କିଛି ବି କରିବ

ସେ ପାଇଁ ଯାଉଛ ଧାଇଁ।୯ 

ପ୍ରଣାମ ଘେନନ୍ତୁ ହେ ନାରୀ ମୋହର

ଦେଉଛ ଅମୃତ ସୃଜି

ତୋର ବିନା ଏହି ସୁନ୍ଦର ସଂସାର 

ହୋଇପାରେ ନିଶ୍ଚେ ଭାଜି।୧୦

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract