STORYMIRROR

Smitali Priyadarsini Panda

Abstract Action Inspirational

3  

Smitali Priyadarsini Panda

Abstract Action Inspirational

ନାରୀ

ନାରୀ

1 min
230

ସୃଷ୍ଟିର ସର୍ବଦା ଅତି ମନୋହର

  ନାରୀ ହିଁ ସାଜିଛି ମୁଖ୍ୟ କଳାକାର ।


ନାରୀର ଗର୍ଭରୁ ଜାତ ହେଉଛି ସନ୍ତାନ

    କିନ୍ତୁ ନାରୀ ପାଇଁ ନାହିଁ ଆଜି ସମ୍ମାନ ।


ମାଆ ରୂପେ ସଂସାରେ ଢାଲ ସାଜିଛି

     ସନ୍ତାନ ଙ୍କ ପାଇଁ ସୌନ୍ଦର୍ଯ୍ୟ ଭୁଲିଛି ।


ସଭିଁଙ୍କ ଖୁସିରେ ନିଜକୁ ଖୋଜିଛି

   ତଥାପି ସମାଜ ତାକୁ କଣ ଦେଇଛି ।


ନାରୀ ସାଜିଛି ଏଠି ହାତର ଖେଳନା

    ଦୁଷ୍କର୍ମ ହୋଇଛି ଆଜିର କାମନା ।


ନାରୀ ଶରୀରରେ ଲାଳସା ରଖି

   ମନ୍ୟୁଷ ହୋଇଛି ଏଠି ଆରକ୍ଷୀ ।


ସଂସାରେ ଲୁପ୍ତ ଘଟିଛି ଭରସା

    ବୃଥା ଅଟେ ଏହି ରଖିବା ଆଶା ।


ନାରୀ ସମାଜେ ଯେବେ ସ୍ଥାନ ପାଇବ

  କଳୁଷ ସଂସାରୁ ତେବେ ଦୂର ହୋଇବ ।



ନାରୀର ସମ୍ମାନ ଦେଶର ସମ୍ମାନ 

  ଜାଗିଉଠ ସମସ୍ତ ବନ୍ଧୁ ପରିଜନ ।


Rate this content
Log in

Similar oriya poem from Abstract