ନାରୀ
ନାରୀ
ନାରୀ ସେତ ନାରାୟଣୀ
ହୃଦୟୁ ନିତି ଝରାଇ ଥାଏ
ସ୍ନେହ ପ୍ରୀତି ର ବୈତରଣୀ......
ଚାରି ଟି ସ୍ତରେ ଜୀବନ ତାର
ଦୁହିତା, ଭଗିନୀ, ଗୃହିଣୀ, ଜନନୀ
ଭିର୍ଣ୍ଣ ଭିର୍ଣ୍ଣ ରୂପେ ଅଭିନୟରେ
ଗଢିଥାଏ ସେତ ସୁନାର ସଂସାର .....
ହୃଦୟ ର କୋହ ପୁଣି,
ମନର ଅକୁହା ଆବେଗ
କେବେ କେବେ ଆଖି ର ଲୁହକୁ
ଓଠ ରେ ଚାପିକି, ସୁଝୁଥାଏ ନିତି
କେଜାଣି କେଉଁ ଜନମର ଋଣ.......
ଅବୋଧ ନିରୀହ ଶୈଶବରୁ
ଅଝଟ ପଣରେ ଶିଖିଯାଏ ସେ
ସହନୀୟତା ସେହି ପରିବାର ରୁ,
ଗଣ୍ଠିଲି ରେ ଭରି ସବୁଜ ସପନ
ସବୁଜିମା ରେ ଭରେ ତାର
ମନ ଉପବନ........
ହୃଦୟେ ଲୁଚାଇ ବେଦନା ର ଗନ୍ତାଘର
ସଂସାରେ ମେଲାଇ ଦିଏ ଖୁସିର ବଜାର
ନିଜେ ପି ନିଏ ଯେତକ ଦୁଃଖର ଜହର
ସର୍ବଦା କରିଥାଏ ପରକୁ ଆପଣାର,
ସ୍ରଷ୍ଟାର ଅଟେ ଶ୍ରେଷ୍ଠ ଅବଦାନ
ସେତ ଅପରୂପା ସୌଭାଗ୍ୟ ସ୍ୱରୂପା
ସକଳ ଶକ୍ତିର ଆଧାର................