ନାରୀ
ନାରୀ
ଅବଳା, ଦୁର୍ବଳା କେବେ ନୁହେଁ ସିଏ
ଅସୀମ ଶକତି ଭରା
ଈଶ୍ୱରଙ୍କ ଏଇ ସୁନ୍ଦର ସୃଷ୍ଟିରେ
ସବୁଠାରୁ ଦିଶେ ତୋରା l
ଯେତେ ପାପ ରାଶି କରିବାକୁ କ୍ଷୟ
ଦୁର୍ଗତି ନାଶିନୀ ସିଏ
ସବୁ ଦେବତାଙ୍କ ଦୁଃଖ କଷ୍ଟ ଦୂର
କରିଥିଲେ ଦିନେ ଯିଏ l
ଯେଉଁଠି ତାହାର କରାଯାଏ ପୂଜା
ଲାଗଇ ସରଗ ପୁରୀ
ସ୍ନେହ, ଶ୍ରଦ୍ଧା ସାଥେ ଦୟା, କ୍ଷମାରେ ତା '
ହୃଦୟ ଉଠିଛି ପୂରି l
