STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ନାରୀ

ନାରୀ

1 min
6


ବଡ଼ କଷ୍ଟ କରି ଈଶ୍ଵର ଗଢ଼ିଛି

   ନାରୀଟିଏ ପୃଥିବୀରେ

ସକଳ ସୌନ୍ଦର୍ଯ୍ୟ ଖଞ୍ଜି ଦେଇଛନ୍ତି 

   ଦେଖିଲେ ମନ କି ଫେରେ

   ସଭିଏଁ ବାଇ ପ୍ରେମରେ

ଦଣ୍ଡେ ନ ଦେଖିଲେ ଏ ଦେହ ଝରଣା 

   ଆହା ସୁଖିସୁଖି ମରେ।୧


ବନ ହରିଣୀ ତା' ଚାହାଣୀ ଦେଖିଲେ

   ଅଟକି ହିଁ ଯିବ ମନ

କଳା ଭଉଁର ତା' କେଶଗୁଛ ଦେଖି

   ଏ ଦେହଟି କନକନ

   ପାହାଡ଼ ଛାତିର ଦାନ

ସେ ପାହାଡ଼ ତଳ ସବୁଜିମା ଭରା 

   ଶାନ୍ତି ପାଇ ଖେଳେ ପ୍ରାଣ।୨


ରାଜହଂସ ଚାଲି ଦେଖିଲେ ଜୀବନ

   ମନ ଯାଉଥାଏ ଢଳି

ଆଖିର ପଲକ ନଚାଇ କହେ ସେ

   ପାରିବକି କେହି କଳି

   ସଭିଏଁ ହେଉଛ ଭାଳି

ଈଶ୍ୱର ସର୍ଜନା ଦାନ ଜଗତକୁ

   ରାଗ ହିଂସା ଯାଅ ଭୁଲି।୩


ହାତର ସ୍ପର୍ଶ ତା' କାଉଁରି ଯାଦୁକୁ

   ଛୁଇଁଲେ ହୃଦୟେ ପଦ୍ମ

ଆଖିର ପଲକ ସମୁଦ୍ର ଲହଡ଼ି

   ଦେଖିଲେ ଚହଲେ ଭ୍ରମ

   ପୁରୀ ବୃନ୍ଦାବନ ଧାମ

ଭୋକ ଶୋଷ ଭୁଲି ଈଶ୍ବର ତୂଳୀକୁ

   ଉପଭୋଗ ପାଇଁ ମନ।୪


ନାରୀର ଭିତରେ ପୂରି ରହିଅଛି

   ସମୁଦ୍ର ପାହାଡ଼ ବନ

ପ୍ରାନ୍ତର ପଡ଼ିଆ ଆକାଶ ବତାସ

   ତେଣୁ ତା' ଜୀବନ ଧନ୍ୟ

   ଦେବତା ରାକ୍ଷସ ଜନ

ବଶ ହେବା ପାଇଁ ବାଧ୍ୟ ଏ ମହୀରେ

   ନାରୀ କେବେ ନୁହେଁ ହୀନ।୫

       


Rate this content
Log in

Similar oriya poem from Abstract