Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Rama chandra Pradhan

Abstract Inspirational


3  

Rama chandra Pradhan

Abstract Inspirational


ଦାମ୍ପତ୍ୟ ଜୀବନ

ଦାମ୍ପତ୍ୟ ଜୀବନ

1 min 233 1 min 233

ଦାମ୍ପତ୍ୟ ଜୀବନ ହୁଏ ସୁଖମୟ 

   ବୁଝାମଣା ଠିକ୍ ଥିଲେ 

ସଂସାର 'ଚକ'ଟା ସୁଖେ ଗଡ଼ିଚାଲେ 

   ଦୁଇମନ ଏକ୍ ହେଲେ l


ବିଶ୍ୱ ନିଅନ୍ତାଙ୍କ ଶ୍ରେଷ୍ଠ ଉପହାର 

   ଅଟେ ଦାମ୍ପତ୍ୟ ଜୀବନ 

ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ପରି 

   ଅଟନ୍ତି ଦୁହେଁ ସମାନ l


ଦୁଇ ମନପ୍ରାଣ ଅଟେ ଏକ ଆତ୍ମା 

  ଥିଲେ ସମର୍ପଣ ଭାବ 

ଦୁଇଟି ଶରୀର ଗୋଟେ ନ ହେଲେ ବି 

   ନ ଥାଏ କିଛି ପ୍ରଭେଦ l


ସହନଶୀଳତା କର୍ତ୍ତବ୍ୟ ଆଦର୍ଶ 

  ଦାମ୍ପତ୍ୟ ଜୀବନେ ବଡ଼ 

ବିଶ୍ୱାସ ଭରସା ସ୍ନେହ ପ୍ରେମେ ବନ୍ଧା 

   ଦାମ୍ପତ୍ୟର ସୁଖନୀଡ଼ l


ନ ରଖି ସନ୍ଦେହ ଗଢ଼ିଲେ ସଂସାର 

   ଦାମ୍ପତ୍ୟ ଜୀବନ ହାଟେ 

ସବୁ ଝଡ଼ଝଞ୍ଜା ଆପେ ଟଳିଯିବ

   ଜୀବନର ଚଲାବାଟେ l



Rate this content
Log in

More oriya poem from Rama chandra Pradhan

Similar oriya poem from Abstract