Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Pradhan

Abstract

4.3  

Kalpana Pradhan

Abstract

ଯୌବନ ଜୁଆର

ଯୌବନ ଜୁଆର

1 min
207


ଯୌବନର ମିଛ ମୁଖାକୁ ଆବୋରି

ଭାବେ କେଡେ ବଳିଆର

ସଦା ଚଳ ଚଞ୍ଚଳ ସମୟର ଗତି

ଆଜିଅଛି ତୁମ କାଲି ସେ କାହାର ll

ଉପର ବରଡ଼ା ନ ଜାଣଇ ହସୁଛି

ତଳ ବରଡ଼ା ଗଲା ଖସି 

ମଝି ବରଡ଼ା ଏବେ ସେ ସାଜିଛି

ଅନାୟାଶେ ତାବେଳ ଯିବ ଆସି ll

ଯୌବନ ଜୁଆରେ ନ ଉଛୁଳି ତୁହି

କର୍ମକୁ ସଂଯତ କର

ଚାରିଅବସ୍ଥା ଯେ ସଂଯୋଗେ ରଚିଛି ବିହି

ଆଖି ପିଛୁଳାକେ ଯିବ ସରି ସରି ll

ମିଥ୍ୟା ମାନ ଗର୍ବ ଅଭିମାନ କରୁ

ଦୁଇ ଦିନ କୁ ଏଜୀବନ

ସ୍ନେହ ଶ୍ରଦ୍ଧା ପ୍ରେମ ହୃଦୟେ ବାସ କରୁ

ଥୟ ଧର ଦେଖି ତୋର ବର୍ତ୍ତମାନ ll

ତତଲା ବାଲିସେ ଅପରାହ୍ନେ ଶୀତଳ ହେବ

କଲା କର୍ମ ସାକ୍ଷୀ ଥିବ

ଯୌବନର ରୋଷେ ବସ ହେବୁ ଯେବେ

କି ଲଭିଲୁ ତୁହି ବସିଭାବୁଥିବୁ ll


Rate this content
Log in

Similar oriya poem from Abstract