ସଫଳତା
ସଫଳତା
ରଫଖାତାରେ
ସ୍ବପ୍ନକୁ ଗଣତି କରୁକରୁ
କପେ ପାଣିଚିଆ ଚା' ସାଥିରେ
ସକାଳର ଦେଖାହୁଏ ।
ଝର୍କା ସେପଟୁ
କଅଁଳିଆ ଖରାମାନେ
ଡାକ ପକଉଥାନ୍ତି
ଗପିବାକୁ ତାଙ୍କ ସାଥିରେ,
କିନ୍ତୁ କ'ଣ ଯାଇହୁଏ ?
ଢୋକେ ଆୟୁଷ ସାରୁସାରୁ
ଆଲାରାମ ବହେ ଶୁଣେଇଦିଏ
ଚାଲ ଆରମ୍ ହେଲାଣି କ୍ଳାସ
କଲମ ହାତ ଧରିବାକୁ କୁହେ ।
ଶୋଇବା ଆଗରୁ
କରିଥିବା ସ୍ୱପ୍ନର ଗଣତି
ଦୁଷ୍ଟାମୀ କରିବସେ
ଅସ୍ତ ହେବା ଆଗରୁ ଜୀବନ୍
ଜୀଇଁବାକୁ ଚାହୁଁଥିବା ଖୁସି
ବାଟଟିଏ ଖୋଜିବସେ ।
ଠିକ୍ ସେତିକି ବେଳେ
ଘାତ, ପ୍ରତିଘାତ ଓ
ଯନ୍ତ୍ରଣାର ଅଭିଧାନ ଭିତରୁ
ତେର୍ଚ୍ଛା ଚାହାଣୀରେ ସଫଳତା ଡାକ ଛାଡୁଥାଏ ।