ସେ ଅଚଳ ଅଥଳ ଆକୁଳ
ଦେଖି ଅଠାକାଠି କୁଟା ବେଳକାଳ
କେଵେ ନଈ ପରି ମିଠା ଜଳ
କେଵେ ସମୁଦ୍ର ପରି ଲୁଣି ଜଳ
କେଵେ ସେ ଉଜ୍ଜଳ କେଵେ ସେ କଜ୍ଜ୍ୱଳ
କେଵେ ସମୁଦ୍ର ଉର୍ମିର ନୀଳଜଳ
ସାଗର ବୁକୁରେ ଆକାଶ ଛାତିରେ
ବାଲିଘର ତୋଳିବାର ବେଳ
ଦୀପର କୁହୁକ ଚଇତାଳିର ବଣିକ
କେଵେ ଥଳ କୂଳ କେଵେ ଆକୁଳ ବିକଳ
ନାରୀ ଦିଏ ଢ଼ୋକି ଯନ୍ତ୍ରଣା ସକଳ
ସତେକି ସେ ଗୋଟେ ସୁଢଳ ସକାଳ
ତା ଘନନୀଳ ସୁନୀଳ କୁନ୍ତଳ
ଆଭାରେ ତାହାର ଗୋଧୂଳିର ବେଳ
ସେ କେଵେ ବକଳ ସେ କେଵେ ସକାଳ
ଜରଦଗବ ସିଏ ସଂସାର ଜଞ୍ଜାଳ
କେଵେ ଛାଇ ତଳ କେଵେ ଖରାବେଳ
କେଵେ ବାଆ ବାତାଶ ଅବା ସୁଶୀତଳ
ଦୁଃଖ ଦୈନ୍ୟ ଶୋକର ପଖାଳ
ତୋରାଣୀ ପିଇ ପାଏ ବଳ
ପରିବାର ରକ୍ଷାକାରୀ ସେ ଜଳ ସ୍ଥଳ
ଗଗନ ପବନ ଆକାଶ ପାତାଳ
ମାଆ ଦୁର୍ଗା କାଳୀ ଲଷ୍ମୀ ହୁଏ
ଦେଖି ବେଳକାଳ ସନ୍ଧ୍ୟା ବା ସକାଳ
ଢେଉରେ ଦାୟୀ ସେ ଜଳରେ ଦାୟୀ
ବାଲିଘର ତୋଳେ ଛାଇରେ ଭରା ତା ଅଂଚଳ
କାଞ୍ଚନ ବରଣା ଚଞ୍ଚଳା କମଳା ସାରଳା
ଜଳ ସ୍ଥଳ ଗାଏ ତା ନାମ ସମଗ୍ର ବାୟୁମଣ୍ଡଳ