STORYMIRROR

ଦୀପଙ୍କର ଦାସ

Inspirational

3  

ଦୀପଙ୍କର ଦାସ

Inspirational

ନାରୀ

ନାରୀ

1 min
421

ମୂଳ କବିତା - ପଞ୍ଜାବୀ - 

ପଦ୍ମବିଭୂଷଣ ଅମିତ୍ରା ପ୍ରିତମ ସାହେବା।

ସେ କହୁଥିଲା

ଆଉ ଜଣେ ଶୁଣୁଥିଲା

ଗୋଟେ ପତିରେ ଲେଖା ଥିଲା କୁହ

ଆଉ ଗୋଟେ ପତିରେ ଲେଖାଥିଲା ଶୁଣ

ନିୟତି କିମ୍ବା ଭାଗ୍ୟ

ତା ହାତରେ ସବୁବେଳେ ଲାଗୁଥିଲା 

ସେଇ ତାସ ପତି ଯୋଉଥିରେ ଥିଲା ଶୁଣ

ସେ ଶୁଣୁଥିଲା

ସେ ଶୁଣୁଥିଲା ଆଦେଶ 

ସେ ଶୁଣୁଥିଲା ଉପଦେଶ

ତା ପାଇଁ ଥିଲା ବର୍ଜନା

କେବେ ପୁଣି ଆବର୍ଜନା

ରାଜା କହିଲେ ବିଷ ପିଅ

ସେ ମୀରା ହୋଇଗଲା

ଋଷି କହିଲେ ପଥର ହେଇଯାଅ

ସେ ଅହଲ୍ୟା ହୋଇଗଲା

ପ୍ରଭୁ କହିଲେ ଯାଅ

ସେ ସୀତା ହୋଇଗଲା

ଚିତାରୁ ବାହାରୁଥିବା ଚିତ୍କାର କେହି ଶୁଣିଲେ ନାହିଁ

ସେ ସତୀ ହୋଇଗଲା

ଚୁପ୍ ରହିଲା ତାର ପ୍ରତିବାଦ

ଅଟକିଗଲା ଶବ୍ଦ

ବନ୍ଧା ହେଲା ଓଠ

ଆଉ ବାଷ୍ପରୁଦ୍ଧ କଣ୍ଠ

କେବେ ବି ହାତକୁ ଆସିଲାନି କୁହ ଥିବା ପତି

ଚାଲ ନିଜକୁ ପଚାର ଆମେ ତିଆରି କରିନୁ ତ

ଶୁଣ ଶୁଣ ଆଉ ଶୁଣର ପତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational