STORYMIRROR

SUJATA DAS

Classics

3  

SUJATA DAS

Classics

ନାରୀ

ନାରୀ

1 min
115



 ମାଆ

 ସ୍ନେହ ମମତାରେ,,,,, 

  ବାତ୍ସଲ୍ୟ ଡୋରୀରେ,,,, 

   ଆଦର ଯତ୍ନରେ,,,,,

     ଉଣା କରିନାହିଁ କେବେ, 

 ରାତି ଉଜାଗରେ,,,, 

  ଆଶିଷ ଦୋଳିରେ,,,,

   ନିସ୍ଵାର୍ଥ ଭାବରେ,,,,, 

    ଗଢିଥାଏ ମାଆ ଯେବେ !

  ଭଉଣୀ

 ଆଳତୀ ଧୂପ ରେ,,,, 

  ଚଉରା ମୂଳରେ,,,,, 

   ଶୁଭ ମନାଶଇ,,,,, 

   .ଆୟୁ ଯଶ ବଢୁଥାଉ, 

 ଦୁଃଖ ରୋଗ ବ୍ୟଥା,,,, 

 .. ମୋ ଦେହରେ ବହୁ,,,, 

    ସୁଖର ଦୋଳିରେ,,,, 

     ଭାଇ ସଦା ଝୁଲୁଥାଉ.

  ସ୍ତ୍ରୀ

   ପ୍ରେମ ପ୍ରଣୟରେ,,,, 

    ପ୍ରୀତି ଲହରୀ ରେ,,,, 

     ଜୀବନ ତରୀରେ,,, 

      ଛାଇ ପରି ସାଥେ ଥାଏ,

 ଆସୁ ଯେତେ ଝଡ଼,,

,, 

  ଦୁଃଖ ର ପାହାଡ଼,,

   ପାହାଡ଼ ପରିକା,,,,

  ..... ନୀରବରେ ସହିଯାଏ.

ପ୍ରେମିକା

 ପ୍ରୀତି ଚଉଁରୀରେ,,,,, 

   ପ୍ରେମ କାଉଁରୀରେ,,,,, 

   .. ସାଜି ଶୀତକର,,,,, 

      ଢାଳୁଥିଏ ମିଠା ଜ୍ୟୋତ୍ସ୍ନା, 

 ଆଖି ପଲକରେ,,,,

   ପ୍ରତି ଝଲକରେ,,,,,

    ସ୍ମୃତିରେ ସାଇତି,,,,, 

        ସନ୍ତୁଷ୍ଟିରେ ଭରେ ତୃଷ୍ଣା !


ଶେଷ କଥା

  ଏତେ ସବୁ ଯଦି,,,,, 

    ଦେଇପାରେ ସିଏ,,,,, 

     ହୃଦୟରୁ ତାର,,,,, 

       ସ୍ୱାର୍ଥ କୁ ଆହୁତି ଦେଇ, 

 ପ୍ରତିଦାନେ ତାର,,,, 

   ଯାତନା ଯନ୍ତ୍ରଣା,,,, 

    ଅତ୍ୟାଚାର ଯେତେ,,,, 

     ପୁରସ୍କାର ତାର ପାଇଁ,



Rate this content
Log in

Similar oriya poem from Classics