ନାରୀ
ନାରୀ
ନାରୀ ନିଜେହିଁ ନିଜର ଅସ୍ମିତା
ନିଜ ଜ୍ଞାନ ପରିଧିର ବାଗ୍ମୀତା
ନିଜ ବନ୍ଧନ ଶୁଙ୍ଖଳ ରହିତା
କେବେ କହେ ମିଠା କଥା
କେବେ ପାଳେ ନୀରବତା
କେବେ ଅବଲମ୍ବନେ କଠୋରତା
ନିଜ ନ୍ୟାର୍ଯ୍ୟ ଦାବୀ ପାଇଁ
ନିଜ କାର୍ଯ୍ୟ ସମତୁଲ କରାଇ
ନିଜେ ନିଜକୁ ଠକି ଚାଲେ ଥକି
ଝୁଣ୍ଟି ଝୁଣ୍ଟି ଖୁଣ୍ଟିନାଣ୍ଟି ଆଉ କେତେ ବାକି
ନିଜେ ହିଁ ନିଜର ଶତ୍ରୁ କେବେ ମିତ୍ର
କେବେ ପରିଚୟ ଲାଗେ ଭାରି ବିଚିତ୍ର ବୈଚିତ୍ର
ନାରୀ ଏକ ବ୍ରହ୍ମକମଳ ପାରିଜାତ
ମାପି ପାରିଲେ କେହି ଅପରିଚିତ
ବୁଝିପାରିବ ଦେଇ ଜାଣିଲେ ପାଇବ ତାଠୁ ବହୁତ
ଅନେକରେ ଏକ, ଏକରେ ଅନେକ ପୁଣି ଶତ ପ୍ରତିଶତ
ଉନ୍ମାଦିନୀ ରାଧା ଭଳି ପ୍ରେମ ପାଗଳି
ମୀରା ଲାଗେ ଦେବତା ପାଶେ ଅଳି
ନାରୀ ସ୍ରୋତସ୍ୱିନୀ ଆଙ୍କିପାରେ ଧରି ତୁଳୀ
ଯେଣୁ ପ୍ରବୀଣା କୁଶଳୀ ଅତ୍ୟନ୍ତ କୌଶଳୀ।