ନାରୀ
ନାରୀ
ନୀରବରେ ନାରୀ
ସବୁ ସହିଯାଏ
ଦୁଃଖ ଓ ଶୋକର ବନ୍ୟା
କେତେବେଳେ ସିଏ
ଜନନୀ, ଭଗିନୀ
ପ୍ରେମିକା, ଜାୟା ଓ କନ୍ୟା ।
ସ୍ରଷ୍ଟା ସିଏ ପରା
ଯତନେ ଗଢଇ
ରକତ ମାଉଁସ ଦେଇ
ଜୀଵନଟା ଯାକ
ସାଥେ ସାଥେ ଥାଏ
ଏନ୍ତୁଡ଼ିଶାଳରୁ ଯୁଇ ।
ସ୍ନେହ,ପ୍ରେମ,ଦୟାକ୍ଷମା
କରୁଣାର ଆଶିଷ ଦିଅଇ ଢାଳି
ପ୍ରତିଦାନେ କିଛି ଆଶା ତା ନଥାଏ
ଅନ୍ୟ ପାଇଁ ଆତ୍ମବଳୀ ।
ବକ୍ଷାମୃତ ଯାର
ଶୈଶବ ଆହାର
ରକତ ତିଆରି କରେ
ପୁରୁଷ ପୁଙ୍ଗବ
ବଳିଷ୍ଠ ଶରୀର
କେମିତି ଭୁଲିବି ତା'ର ।
ଅବଳା, ଦୁର୍ବଳା
ହୀନବଳା ନୁହେଁ
ସବଳା ସମାଜ ପାଇଁ
ମାଆ ଭଳି ଜ୍ଞାନ
ନାରୀକୁ ସମ୍ମାନ
ପୁରୁଷ ପାରିବ ଦେଇ ।
