STORYMIRROR

DEEPAK KUMAR PATRA

Thriller

3  

DEEPAK KUMAR PATRA

Thriller

ନାରୀ

ନାରୀ

1 min
172

ନାରୀ,

ଏକ ଶୁଭ୍ର ନମନୀୟ ମହମବତୀ

ଯିଏ ଜଳିଯାଏ ଅର୍ଦ୍ଧ ଆତ୍ମ ଦହନରେ ,

ଅନ୍ୟର ଓଠରେ ଫଗୁଣର ଜୁଆର ଫୁଟାଇ ।।

ନାରୀ,

ଦେଢପା ଶାଶ୍ୱତ ସ୍ନେହ ଓ ଚାମଚେ କିରାସିନି

ଅଧପା ଅନାବିଳ ଉଦାରର ସମାହାରେ ,

ସୁମିଷ୍ଠ ଧୂମାୟିତରେ କପଟିଏ ।

ନାରୀ,

ଯା ଆକାଶରେ ସ୍ବପ୍ନମାନେ ସବୁ

ଜମାଟ ବାନ୍ଧନ୍ତି ମେଘ ହୋଇ

ପ୍ରତିଦିନ ପ୍ରତିଶୃତି ଦିଅନ୍ତି ବର୍ଷିବାର

ପୁଣି ଫେରିଯାଆନ୍ତି ବର୍ଷିବାର ଅଭିଳାଷ ନେଇ ।

ନିର୍ଯ୍ୟାତିତ ଓ ନିସଙ୍ଗର ଗୁଣନରେ

ବିଭାଜିତ ହୋଇପାରୁ ନଥିବା ଭଗ୍ନାଂଶଟିଏ

ଯାହାର ଅନ୍ତରରେ ମିଳେ ଖାଲି ହାହାକାର ।


Rate this content
Log in

Similar oriya poem from Thriller