STORYMIRROR

SARATA KUMAR DAS

Classics

3  

SARATA KUMAR DAS

Classics

ନାରୀ ତୁମେ ଦିବ୍ୟ ଜ୍ୟୋତି

ନାରୀ ତୁମେ ଦିବ୍ୟ ଜ୍ୟୋତି

1 min
209


ନରୀ ତୁମେ ଦିବ୍ୟ ଜ୍ୟୋତି 

         ସଦା ଝଲମଲ

ମାଟି ଅଗଣାରେ ତୁମେ

         ସୁବାସିତ ଫୁଲ


ଚାନ୍ଦର ଚାନ୍ଦିନୀ ତୁମେ

       କମନୀୟ କାନ୍ତି 

କାକର ବିନ୍ଦୁ ରେ ତୁମେ

       ଶୁଭ୍ର ଶୀତ ରାତି


ମେଘର ମହ୍ଲାର ତୁମେ 

       ସ୍ବଚ୍ଛ ଫଲ୍ଗୁ ଧାର

ଫଗୁଣର ଫଗୁ ତୁମେ

      କୋକିଳର ସ୍ବର


କେତେବେଳେ ମରୁବାଲି  

         କାଳ ବଇଶାଖୀ 

ମେଘ ମେଦୁରିତ ଭବେ

        ନୃତ୍ୟରତା ଶିଖୀ


ଫୁଲ ର ପାଖୁଡା ତୁମେ

        ଗୀତର ମୁଖୁଡା

ମଧୁ କୁଂଜବନ କେବେ  

       ସ୍ମୃତି ର ଟୁକୁଡା


ପ୍ରେମର ସ୍ତବକ ତୁମେ

      ଅଳସୀ ସୁପ୍ରିୟା 

ଭିଜା ଭିଜା ସ୍ବପ୍ନ ତୁମେ

      ଗୋଲାପର ଛାୟା


ହୃଦୟ ର ହାରା ତୁମେ

       ଗଭାର ଗଜରା

ରାତିର ରଜନୀଗଂଧା 

      ପ୍ରଣୟ ପସରା


କେତେବେଳେ ପ୍ରୀତିମଗ୍ନା

        ପ୍ରୀତି ଭରା ନଈ 

କେତେବେଳେ ଘନ କୃଷ୍ଣ 

       ତମିସ୍ରା ର ଛାଇ


ଜ୍ବଳାମୁଖୀ ଦୀପଶିଖା 

      ଅଶାନ୍ତ ଅନଳ

ବିନାଶକାରିଣୀ ପୁଣି 

     ସୃଷ୍ଟି ଶତଦଳ


ସ୍ବୟଂସିଦ୍ଧା ସମର୍ପିତା

      ଚିର ଶ୍ରୀମନ୍ତିନୀ 

ସାଧନର ସିଦ୍ଧି ତୁମେ

     ପୁଣ୍ୟ ବୈତରଣୀ 


ବିଶ୍ବରୂପା ତପସିଦ୍ଧା 

      ବିସ୍ତାରିତ କାୟା 

ଜନନୀ ଭଗିନୀ ଜାୟା

     ତୁମେ ପୂଣ୍ୟତୋୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics