ନାରୀ ତୁମେ ଅନନ୍ୟା
ନାରୀ ତୁମେ ଅନନ୍ୟା
ନାରୀ ହୋଇ ଜନମିଛ ଏ ଧରା ବୁକୁରେ,
ସବୁରି ସେବା କରିବାକୁ ନାନା ରୂପରେ l
ନାରୀ ତୁମେ ଏକ, ରୂପ ତୁମର ଅନେକ,
ନାନା ରୂପେ ପାଅ ପୂଜା ଚାରି ଯୁଗ ଯାକ l
ଶାସ୍ତ୍ର ମତେ ନାରୀ ଜାତି କହନ୍ତି ଚାରି,
ବିଭକ୍ତ କରିଛନ୍ତି ବହୁ ଶାସ୍ତ୍ର କାରୀ l
ରୂପରେ ଲାବଣ୍ୟ, ଦିଶେ ସ୍ୱର୍ଗ ଅପସରି,
ସର୍ବ ଗୁଣ ସମ୍ପର୍ଣ୍ଣା ଅଟେ ପଦ୍ମିନୀ ନାରୀ l
ଶ୍ରୀଲକ୍ଷ୍ମୀଙ୍କ ପରି ଦିଶଇ ତନୁ କାନ୍ତି
ଭାଗ୍ୟରେ ଥିଲେ ଏପରି ଝିଅ ମିଳନ୍ତି l
ସଂଖିନି ନାରୀ ଦିଶଇ ଭାରୀ ସୁନ୍ଦରୀ,
ମୋହିତ କରନ୍ତି ସଦା ରୂପରେ ତାଙ୍କରି l
ଚିତ୍ରିଣୀ ନାରୀ ଅଟଇ ନଷ୍ଟ ଚରିତ୍ର|
ନଥାଏ ପତିବ୍ରତା ସେ ନିଜେ ଅପବିତ୍ର | l
ପର ପୁରୁଷରେ ସଦା ରହିଥାଏ ରତ,
ଶୃଙ୍ଗାର ରସରେ ନିଜେ ରହିଥାଏ ବ୍ୟସ୍ତ l
ଦୁଃଚରିତ୍ରା, କଳଙ୍କିନୀ ତ୍ରିପୁର ମୋହିନୀ,
ଲଜ୍ୟାହୀନା, ବ୍ୟଭୀଚାରୀ ଅଟଇ ହସ୍ତିନୀ l
ପର ପୁରୁଷରେ କାଟନ୍ତି ଦିନରାତି,
ଅଲକ୍ଷ୍ମୀ, ଅସତୀ, ଭୋଗନ୍ତି ଦୁର୍ଗତି l
ଏହିପରି ନାରୀ ଜାତି ଅଟନ୍ତି ଚାରି,
ରହିବେ କାଳକାଳକୁ ଚାରି ରୂପ ଧରି l
