ନାରୀ ତୁ ସ୍ୱାଧୀନ
ନାରୀ ତୁ ସ୍ୱାଧୀନ
କାପୁରୁଷ ସିନା ମୁରୁଖ ଅଟନ୍ତି
ମିଛରେ କୁହନ୍ତି ତତେ ଦୁର୍ବଳ
ପାସୋରି ଦିଅନ୍ତି ମହିଷାସୁରକୁ
କେମିତି ମାରିଲା ନଥିଲା ବଳ l
ନାରୀ ତୁ ଅଟଇ ପୁରା ଯେ ସ୍ୱାଧୀନ
ମୋ ଦେଶ ମାଆର କୋଳରେ
ଡ଼ରିବୁନି କେବେ ହାରିବୁନି କେବେ
ଖେଳିବୁ ନିଆଁରେ ଜଳରେ l
ଖରାପ ନଜରେ ଯିଏ ବି ଦେଖିବ
ଆଖି ଦେବୁ ତାର ଟାଣି
ଜାଣିବ ରାକ୍ଷସ ନାରୀର ମହିମା
ଦେଖାଇଦେବୁ ତୋ ଠାଣି l
କିଏ କହେ ତତେ ଦୁର୍ଗାର ସ୍ୱରୂପ
କିଏ କହେ ମହାକାଳୀ
ଆତ୍ମରକ୍ଷା ପାଇଁ ଲଢ଼ିବୁ ଜୀବନେ
ବଲାତ୍କାରୀକୁ ଦେବୁ ଜୀବନେ ଜାଳି l
