Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debashis Pati

Romance

3  

Debashis Pati

Romance

ନାରୀ ତୁ ମହାନ

ନାରୀ ତୁ ମହାନ

2 mins
836


ନୂତନ ପରିଭାଷାରେ

ଅନ୍ବେଷା ଓ ଜିଜ୍ଞାସାର

ମଧ୍ୟବର୍ତୀ ଇଲାକାରେ

ସଂଯୋଗୀ ମନବୃତ୍ତି ଟିଏ

ଭରିଦିଅ ତମେ ନାରୀ ।

ଘଟଣା ଓ ଦୁର୍ଘଟଣାର

ଘାତ ପ୍ରତିଘାତ ମଧ୍ୟରେ

ଜୀବନଟା ଜୀଇଁବାର

ଅଦମ୍ୟ ପୀପାସା ଆଣିଦିଅ

ଚିରନ୍ତନ ସତ୍ୟ ପରି

ତମ ପଛେ ଧାଇଁବାର ଅଦମ୍ୟ

ମାନସିକତାକୁ ।

ଅଶୋକ ବନର ଶିଂଶପା ବୃକ୍ଷପରି

ଆଶ୍ରାଦିଅ ତମେ କିନ୍ତୁ

ସେ ଦିଗମାୟାବୀ ଅରଣ୍ୟରେ

ଭ୍ରଷ୍ଟ ପଥଚାରୀ ଓ ନଷ୍ଟ ଗନ୍ଧର୍ବର ଛଳନା

ତଥା ପ୍ରତାରଣାର ଅସ୍ତରଣ

ଏଡାଇବାର ପ୍ରୟାସ ବି କରନି ।

ସୃଷ୍ଟିର ଆଦ୍ୟଭାଷା ପ୍ରେମ

ଏଯାବତ୍ ତମ ରୁପର ଆନିନ୍ଦ୍ୟ ରୋସଣୀରେ ,

ସାରା ଦୁନିଆକୁ ଝଲକାଉଥାଅ

କାରଣ ମହାନ୍ ନାରୀ ତମେ ।


Rate this content
Log in