STORYMIRROR

Jharana Rout

Action

3  

Jharana Rout

Action

ନାରୀ ସଶକ୍ତିକରଣ

ନାରୀ ସଶକ୍ତିକରଣ

1 min
265


ନାରୀ ପୁଣି ଦେବୀ ପୁଣି ମମତା 

ମନ୍ଦିର ତୋ ପଣତ ରେ ଭରି 

ଉଠେ ହସ ଖୁସିର ଜୁହାର

ସେ ଅଟେ ଆମର ବଞ୍ଚିବା କାରଣ ।


ନାରୀ ବିନା ଏ ସ୍ରୁଷ୍ଟି ଅନ୍ଧାର 

ନାରୀ ବିନା ଏ ସଂସାର ଅସମ୍ଭବ 

ନାରୀ ବିନା ଏ ଧରା ପୃଷ୍ଠ ଅଥୟ 

ନାରୀ ବିନା ଏ ପୃଥିବୀ ଶୂନ୍ୟ ସ୍ୱରୂପ।


କେତେ ରୂପ ତାର ଲୋ ଜାଣି ହୁଏ ନାଁହି କିଛି

କେବେ ସାଜେ ଭଗିନୀ

କେବେ ସାଜେ ପତ୍ନୀ ଓ

କେବେ ସାଜେ ପୁଣି ସେ ଦେବକୀ।


ସବୁ ଇଚ୍ଛା ସବୁ ଆଶା ସେ ଚାପି ଦିଏ 

ଅନ୍ୟର ଖୁସିରେ ବାନ୍ଧି ହୋଇଯାଏ 

କେତେ ପୂଜା ବ୍ରତ ସବୁ କରଇ 

ଅନ୍ୟର ମଙ୍ଗଳ କାମନା କରିଥାଏ ।


ଅସଡା ଘରକୁ ଦିଏ ସେ ସଜାଡି 

ସିଏ ପରା ଅଟେ ଦେବୀ ଶକ୍ତି ପରି 

ତା ପାଖେ ଥାଏ ଅତୁଟ ବିଶ୍ବାସ 

ଅସମ୍ଭବ କୁ କରେ ସିଏ ସମ୍ଭବ ।


ଏ ସଂସାର ଯାହା ବି ସୃଷ୍ଟି ହୋଇଛି 

ନାରୀର ସବୁଥିରେ ହାତ ରହିଛି 

ନାରୀ ବିନା ଏ ବ୍ରହ୍ମାଣ୍ଡ ଅସ୍ଥିର 

ନାରୀ ସବୁବେଳେ ପୂଜ୍ଯ ବନ୍ଦନା ।


କେତେ ରୂପ ତାର ଏ ନାରୀର 

ମାଟିକୁ ଛୁଇଁ ଦେଲେ ହୁଅଇ ସୁନା 

ତା ଗୁଣ ଗାରିମା କେତେ କହିବି 

ଯେତେ କହିଲେ ବି ମନ ପୁରୁନି।


ତାରି କୋଳରେ ଆମେ ପରିଚିତ 

ତାରି ହାତ ଧରି ଚାଲୁଛୁ ବାଟ 

ସିଏ ଅଟେ ଆମ ମମତା ମୟି 

ତା ପାଦତଳେ ଚିର ନମସ୍ୟ ।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action