STORYMIRROR

Prasanta kumar Hota

Inspirational

4  

Prasanta kumar Hota

Inspirational

ନାରୀ ଶକ୍ତି ନାରାୟଣୀ

ନାରୀ ଶକ୍ତି ନାରାୟଣୀ

1 min
1.2K


ସୃଷ୍ଟିର ବୈଚିତ୍ର୍ୟ ସର୍ବଂସହା ନାରୀ

ସ୍ରଷ୍ଟା ଙ୍କୁ ବି ଅଗୋଚର 

ନର କିବା ଛାର ବୁଝିବ ତାହାର

ତାମନ ଅନ୍ତର ସ୍ଵର ।

କେ ଅବା ପାରିବ ତାମନ ଭାବନା ଜାଣି

ଅଚିନ୍ତ୍ୟ ଅଭେଦ୍ୟ ଅବ୍ୟକ୍ତ ବାଦିନୀ 

ସେ ମନ ମୋହିନୀ ମନର ହଂସିନୀ

ମନଶ୍ଚକ୍ଷୁ ନାରୀ ଶକ୍ତି ନାରାୟଣୀ ।


ନାରୀ ପାଇଁ ନର ହୁଏ ଶ୍ରେଷ୍ଠତର

ନାରୀ ନୁହେଁ କାର ଅରି

ଅପୌରୁଷ ପଣ ମଣେନାହିଁ ଗୌଣ

ପୁରୁଷକୁ କରେ ଭାରି। 

ଅଛି କେ ଜଗତେ ନାରୀ ମନ ପାରେ ଜାଣି

ଅଚିନ୍ତ୍ୟ ଅଭେଦ୍ୟ ଅବ୍ୟକ୍ତ ବାଦିନୀ 

ସେ ମନ ମୋହିନୀ ମନର ହଂସିନୀ

ମନଶ୍ଚକ୍ଷୁ ନାରୀ ଶକ୍ତି ନାରାୟଣୀ ।


ଦୈହିକ ବାସନା ଦେଲେ ନିର୍ଯ୍ୟାତନା

ଭବେ ଭାବେ କ୍ରୁର ଗତି

ଜଗତ ଜଞ୍ଜାଳ ମଣିଷର ଆଳ

ନାରୀ ମାୟା ନର ପ୍ରୀତି 

ପାରିଛି କି କିଏ ନାରୀ ମନ କେବେ ଜିଣି 

ଅଚିନ୍ତ୍ୟ ଅଭେଦ୍ୟ ଅବ୍ୟକ୍ତ ବାଦିନୀ 

ସେ ମନ ମୋହିନୀ ମନର ହଂସିନୀ

ମନଶ୍ଚକ୍ଷୁ ନାରୀ ଶକ୍ତି ନାରାୟଣୀ ।


ଯୁଗେ ଯୁଗେ ନାରୀ ମହିମା ବିସ୍ତାରି 

ରଖିଛି ସମ୍ମାନ ତାର

ଯେଉଁ ଠାରେ ନାରୀ ପୂଜା ପାଏ ନାହିଁ 

ନର ହୁଏ ଛାରଖାର

ମହତ୍ତର ଜନେ କହନ୍ତି ଏକଥା ଜାଣି 

ଅଚିନ୍ତ୍ୟ ଅଭେଦ୍ୟ ଅବ୍ୟକ୍ତ ବାଦିନୀ 

ସେ ମନ ମୋହିନୀ ମନର ହଂସିନୀ

ମନଶ୍ଚକ୍ଷୁ ନାରୀ ଶକ୍ତି ନାରାୟଣୀ ।


ନାରୀ ଶକ୍ତିମୟୀ ଲକ୍ଷ୍ମୀ ସ୍ଵରୂପିଣୀ 

କାଳୀ ରୂପୀ ସଂହାରିଣୀ

ସେ ମାଆ ଦୂରୁଗା ମହିଷାମର୍ଦ୍ଦିନୀ

ସର୍ବ ମଙ୍ଗଳ କାରିଣୀ 

ସଖି ସହଚରୀ ଅବା ଜନନୀ ଭଗିନୀ 

ଅଚିନ୍ତ୍ୟ ଅଭେଦ୍ୟ ଅବ୍ୟକ୍ତ ବାଦିନୀ 

ସେ ମନ ମୋହିନୀ ମନର ହଂସିନୀ

ମନଶ୍ଚକ୍ଷୁ ନାରୀ ଶକ୍ତି ନାରାୟଣୀ ।


Rate this content
Log in

Similar oriya poem from Inspirational