Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

4  

Sukadev Mahanta

Inspirational

ନାରୀ ଶିକ୍ଷା

ନାରୀ ଶିକ୍ଷା

1 min
391



ସମାଜରେ ନାରୀ ଅଟେ ମହନୀୟା

    ଜନନୀ ଭଗିନୀ ଜାୟା

ଅଟେ ସେ ଦୁହିତା ଦୁଇକୁଳ ହିତା

    ବିଶାଳ ଯାହାର ହିଆ||

ପରିବାରେ ସୁଖ  ଶାନ୍ତି ଫଲ୍ଗୁଧାରା

     ଅବିରତ ବହୁଥାଏ

ଯେଉଁ ଘରେ ନାରୀ  ସର୍ବ ଗୁଣବତୀ

      ସୁଶିକ୍ଷିତା ହୋଇଥାଏ||

ସୁଶିକ୍ଷିତା ନାରୀ  ନିଜ ଜ୍ଞାନ ବଳେ

      ଘରକୁ ବୈକୁଣ୍ଠ କରେ

ସଂସାରର ସର୍ବ  ସୁଖ ଶାନ୍ତି ଯେହ୍ନେ

      ନାରୀର ହାତମୁଠାରେ||

ପରିବାରେ ଶିଶୁ  ପ୍ରାରମ୍ଭିକ ଶିକ୍ଷା

      ମାତାଠାରୁ ଲାଭକରେ

ତାହାର ତ୍ୟାଗର କାହାଣୀ ଲେଖିଲେ

      ସବୁ ଖାତାତକ ସରେ||

ତେଣୁ ନାରୀ ଆଜି ଶିକ୍ଷିତା ହୋଇବା

      ଅଟେ ଅତି ଦରକାର

ସମାଜର ପ୍ରତି  ବିଭାଗରେ ଲୋଡା

      ଅଛି ଉପସ୍ଥାନ ତା'ର ||

ପୁରୁଷର ପରି    ନାରୀର ରହିଛି

      ସମାନତା ଅଧିକାର

ସକଳ କ୍ଷେତ୍ରରେ   ସମାନ ସୁବିଧା

      ସୁଯୋଗ ତା' ଅଧିକାର||

ନାରୀ ପ୍ରତି ହିଂସା ନାରୀ ନିର୍ଯ୍ୟାତନା

     ଶୋଷଣ କଷଣ ବଢେ

ସେ ସବୁରୁ ନାରୀ   ଉଦ୍ଧାର ପାଇବ

      ନାରୀ ଯଦି ପାଠ ପଢେ ||

ପୁରୁଷର ଠାରୁ   କୌଣସି ଗୁଣରେ 

       କମ୍ ନୁହେଁ କେବେ ନାରୀ

ସକଳ କ୍ଷେତ୍ରରେ   ଉତ୍କର୍ଷ ହୋଇବ

       ଶିକ୍ଷା ଦୀକ୍ଷା ପାଇ ନାରୀ||

ଶିକ୍ଷିତା ହୋଇଲେ  ଶଶକ୍ତ ହୋଇବ

      ଦଳିବ ତା'ର ବଇରୀ

ନିଜ ଅଧିକାର  ସାବ୍ୟସ୍ତ କରିବ

   ପ୍ରତିବାଦ ସ୍ବର ଧରି ||

ଶିକ୍ଷିତ ନାରୀଟେ  ଆଲୋକ ବର୍ତ୍ତିକା

    ସମାଜକୁ ବାଟ ଦେଖାଏ

ଉତ୍ତମ ସମାଜ  ଗଠନ କରିସେ

     ଭୂସ୍ବର୍ଗଟେ ଗଢିଦିଏ||

ଆଜିର ସମାଜେ  ନାରୀ ଶିକ୍ଷାପାଇଁ

       ହୋଇଛି ଯୋଜନାମାନ

ଶୁଦ୍ଧପୂତ ହୋଇ  ଅନ୍ତଃକରଣରେ

     କର ତା'ର ରୂପାୟନ ||

'ବେଟିକୋ ପଢାଓ ବେଟିକୋ ବଢାଓ'

      ଦିଅ ହେ ଏହି ସ୍ଳୋଗାନ

ନାରୀ ଶିକ୍ଷା ପ୍ରତି  ହୁଅ ଯତ୍ନବାନ

      ଦିଅ ତାକୁ ପ୍ରୋତ୍ସାହନ||

ପାଠ ପଢି ଚଢୁ  ହୀମ ଶୀଖରକୁ

      ଲଙ୍ଘିଯାଉ ସେ ବ୍ରହ୍ମାଣ୍ଡ

ସୃଷ୍ଟିର ରହସ୍ୟ  ଉନ୍ମୋଚନ କରି

     କରୁ ସବୁ କର୍ମକାଣ୍ଡ||

ଆକାଶରେ ଉଡି  ତାରା ଗଣିଦେଉ

     ଅତଳ ସାଗରେ ବୁଡୁ

ଶାମୁକା ସାଉଁଟି  ମୋତି ଖୋଜିଆଣୁ

     ମାଟି ତଳୁ ହୀରା କାଢୁ||

ବିଦୂଷୀ ରମଣୀ ହେଉ ବୀରାଙ୍ଗନା

     ଲକ୍ଷ୍ମୀବାଈ ଦୁର୍ଗାବତୀ,

ଘର ବାହରର  ନିରାପତ୍ତା ରଖି

     ହେଉ ସେ ସୌଭାଗ୍ୟବତୀ||

ଲିଙ୍ଗ ବୈଷମ୍ୟତା ଦୂର ହୋଇଯିବ

     ବିକଶିଲେ ନାରୀଶିକ୍ଷା

ନାରୀ ବି ପଢିବ   ନାରୀ ବି ବଢିବ

    ସମାଜ ପାଇବ ରକ୍ଷା||

ଶିକ୍ଷିତ ନାରୀହିଁ   ଆଦର୍ଶ ସ୍ଥାନୀୟା

     ସୁସମାଜ ପ୍ରତିଷ୍ଠାତ୍ରୀ

ତେଣୁ ନାରୀ ଶିକ୍ଷା  ପ୍ରସାର କରିବା

     ଅଟେ ଅତ୍ୟନ୍ତ ଜରୁରୀ||

   



Rate this content
Log in

Similar oriya poem from Inspirational