#ନାରୀ_ସାର
#ନାରୀ_ସାର
ଘଡି ପରେ ଘଡି ଗଡ଼ିଯିବ ଦିନ
ପଡିଆ ପଡିବ ଏ ମାଟି,
ଆଶାର ଆଲୋକ ଉଇଁବ ଆକାଶେ
ଯେବେ କନ୍ୟା ବୋଲାଇବନି ମୂର୍ତ୍ତି ।
ଭିଜିବ ଏ ପୃଷ୍ଠ, ଦୁଲୁକିବ ଏ ଭୂଇଁ
ବହିବ ପୂରୁବ ପବନ,
ହବନି ଯେବେଠୁ
ନାରୀବୃନ ହତ୍ୟା, ସତୀଦାହ ପ୍ରଥା
ଦୁଷ୍କର୍ମ ଓ ଯୌତୁକ ଶୋଷଣ ।
ଦୁହିତା ସାଜି ସେ, ଲଷ୍ମୀବନ୍ତ ମଙ୍ଗୀ
କିଣିବ ଦୁଇ କୂଳ ମନ,
ବୁଦ୍ଧି ବିଚାରି, କର୍ମନିଷ୍ଠ ହୋଇ
ପାର୍ବତୀ ରୂପେ କରିବ ଆଗମନ ।
ଭାବିବନି ସେ ତୁଚ୍ଛ, ମାଗିବନି ଭିକ୍ଷା
ସର୍ବଗୁଣେ ହବ ପାରଙ୍ଗମ,
ଦୁରାଚାର ବେଳେ, ଅତ୍ୟାଚାର ନ ସହି
କାଳୀ ପ୍ରତିମୂର୍ତ୍ତି ଦିସିବେ ଭୀଷମ ।
ମା, ଭଉଣୀ, ସାଙ୍ଗ,
ସ୍ତ୍ରୀ, ଝିଅ ସାଜି
ଜଗତେ କରିବ କଲ୍ୟାଣ,
ଗୋଟେ ଦିନ ନୁହଁ, ସବୁ ଦିନ ଲାଗି
ମୋହର ତମକୁ ନମନ ।
