Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

4  

Chittaranjan Nanda

Inspirational

ନାରୀ ପ୍ରୀତି ଦୟାର ମୂର୍ତ୍ତି

ନାରୀ ପ୍ରୀତି ଦୟାର ମୂର୍ତ୍ତି

1 min
247



ମଣିଷର ଆତ୍ମା ଚାହେଁ ନୃତ୍ୟ

ଗୀତର ମୂର୍ଚ୍ଛନା 

ଦରକାର ତାର ଚେତନାରେ, 

ଶରଦ ଜୋଛନା ।


ପରିବାର ଦ୍ୱାରା ମିଳେ ଏହା 

ହୃଦୟ କନ୍ଦରେ

ସ୍ୱର୍ଗର ପାରିଜାତ ସମ ସୁଧା 

ରେଣୁ ସବୁ ଝରେ ।


ତେଣୁ ସୃଷ୍ଟିରେ ନାରୀଟିଏ, ଯେ 

ପ୍ରୀତିର ସ୍ପନ୍ଦନ

ଭରି ରହିଅଛି ସହିଷ୍ଣୁତା ଗୁଣେ 

ତାହାରି ଜୀବନ ।


ସେ ଆନନ୍ଦିନୀ, ତେଜସ୍ବିନୀ, ରୁଦ୍ରା

ଓ ଅଭିମାନୀ

ଜୀବନ ଯୁଦ୍ଧରେ ହାରି ବାରମ୍ବାର, 

ଥକି ପଡେନି ।


ପରକୁ କରି ଆପଣାର ପ୍ରେମେ 

ବାନ୍ଧେ ଦୁନିଆକୁ 

ଦୁଃଖେ, ସାଉଁଟି ସୁଖକୁ ପରଶେ, 

ଦବାଇ ଅନ୍ତର କୋହକୁ ।


ରଖେ ନାହିଁ କେବେ କାହା ପ୍ରତି

ତାର ମନରେ ବିଦ୍ବେଷ 

ଯୁଗେ ଯୁଗେ ଦେଇଥାଏ ଶାନ୍ତି, 

ପ୍ରୀତି, ଦୟାର ସଂଦେଶ ।



Rate this content
Log in