STORYMIRROR

Sujat Kumar Sahoo

Inspirational

2  

Sujat Kumar Sahoo

Inspirational

ନାରୀ ନୁହେଁ ନାରାୟଣୀ

ନାରୀ ନୁହେଁ ନାରାୟଣୀ

1 min
14K


ନାରୀ ରୂପେ ସିଏ ନାରାୟଣୀ,

ଜନନୀ ଭାବରେ କାତ୍ୟାୟିନୀ,

ଭୋଗ୍ୟା ନୁହେଁ ତୁମ ଅର୍ଦ୍ଧାଙ୍ଗିନୀ 

ଜାୟା, ଜନନୀ, ବାନ୍ଧବୀ, 

ପୁଣି କେବେ ସେ, ଭଗିନୀI

ଯାହାର କଟାକ୍ଷରେ,

ସୃଷ୍ଟି ହୋଇପାରେ ଧ୍ଵଂସ,

ନୟନ ଲୋତକେ ଯାର,

ଭସାଇ ପାରେ ସଂସାର,

ସେ ନୁହେଁ ନାରୀ,

ସିଏ ଶକ୍ତି, ସିଏ ଦୁର୍ବାର । 

ଭୋଗ୍ୟା ନୁହେଁ ସେତ, 

ଯୋଗ କାରିଣୀ, 

ସଂସାର ତାରିଣୀ ସିଏ, 

ପରିବାରର ବିନ୍ଧାଣି ।

ଅବ୍ୟକ୍ତରେ ଶକ୍ତି ଦାୟିନୀ, 

ସିଏ ଜାୟା, ସିଏ ଜନନୀ, 

ସିଏ ବାନ୍ଧବୀ, ପୁଣି ଭଗିନୀ ।

ସ୍ନେହର ସାଗର ସିଏ, 

ମମତାର ଡୋରି,

କୋମଳ ତାର ହୃଦୟ...

ସର୍ବଂ ସହା, ସିଏ କଷ୍ଟ ନିବାରିଣୀ ।

ସିଏ ନୁହେଁ ଖାଲି ଘରଣୀ,

ସିଏ ଜାୟା, ସିଏ ଜନନୀ,

ସିଏ ବାନ୍ଧବୀ ପୁଣି ଭଗିନୀ ।

ଅମୁଲ୍ୟ ରତ୍ନଟିଏ ସେ,

ବିନ୍ଧାଣି ସୃଷ୍ଟିର,

ଅପୁରଣୀୟ ସ୍ଥାନ ତାର,

ନାହିଁ ପତାନ୍ତର ।

ଅମୃତର ଧାରା, ପିପାସା ପସରା,

ଉଜ୍ୱଳ ତାରା ପରି ଉଜ୍ଵୟିନୀ, 

ସିଏ ଜାୟା, ସିଏ ଜନନୀ,

ସିଏ ବାନ୍ଧବୀ ପୁଣି ଭଗିନୀ ।

ସୁଜାତ

01/11/2017


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational