STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
1.0K


ଗୁଞ୍ଜେ ରାଷ୍ଟ୍ରେ ଆଜି ନାରୀ ପରାକାଷ୍ଠା

  ଗୌରବ ଦେଉଛି ଭରି,

ନାରୀ ନାରାୟଣୀ ଜନ୍ମଦାତ୍ରୀ ମାତା

  ଦେଉଛି କର୍ତ୍ତବ୍ୟେ ଭରି।


ସର୍ବୋପରି ନାରୀ ସର୍ବୋଚ୍ଚ ହିଁ ସ୍ଥାନ

  ପଟାନ୍ତର ନାହିଁ ତାର,

ମହିଳା ଦିବସେ କୋଟି ପ୍ରଣିପାତ

  ଆଦର ହେଉ ତାଙ୍କର।


ନାରାୟଣୀ ନାରୀ ଲକ୍ଷ୍ମୀ ଠାକୁରାଣୀ

  ଜନନୀ ସେହୁ ଆମର,

ସମ୍ମାନ କରିବା କର୍ତ୍ତବ୍ୟ ଆମର

  ଭକ୍ତିପ୍ରେମ ନିରନ୍ତର।

  

ନାରୀ ନିର୍ଯ୍ୟାତନା ନହେଉ ରାଷ୍ଟ୍ରରେ

  ଜନମ ହିଁ ତାର ଗର୍ଭୁ,

ନାରୀ ଶକ୍ତିମୟୀ ମମତା ଭୂଷିତ

  ମନୁଷ୍ୟ ସୃଷ୍ଟି ହିଁ ଗର୍ଭୁ।


ସମଭାବ କିମ୍ପା ନାହିଁ ସମାଜରେ

  ହୀନ ଦୃଷ୍ଟି କିମ୍ପା ତାରେ?

ନାରୀ ହିଁ ଭଉଣୀ ପତ୍ନୀ ମଧ୍ୟ ନାରୀ

  ଜନମ ଦିଏଟି ନରେ।


ନାରୀ ନାରାୟଣୀ ଭକ୍ତିର ଆରାଧ୍ୟ

  ଜଗତ ଜନନୀ ନାରୀ,

ନକରି ଆଦର କରୁ ଅପମାନ

  ନୁହେଁଟି କାର୍ଯ୍ୟ ତହରି।


ଭାରତ ଭୂମିରେ ଜନ୍ମ ନେଇ ଅଛୁ

  କରହେ ନାରୀ ସମ୍ମାନ,

ଜନନୀର ପ୍ରତି ସେବା ଶ୍ରଦ୍ଧା ଭକ୍ତି

  ରଖି ଥିବୁ ପ୍ରତିଦିନ।


ଅନ୍ତରାଷ୍ଟ୍ରୀୟର ମହିଳା ଦିବସେ

  କର ତାଙ୍କୁ ପ୍ରଣିପାତ,

ଭକ୍ତିଭାବ ରହୁ ଚରଣେ ତାଙ୍କର

  କର୍ତ୍ତବ୍ୟେ ହୁଅ ଜଡ଼ିତ।


ଶ୍ରେଷ୍ଠ ଗୁରୁ ନାରୀ ତା ଗର୍ଭୁ ଜନମ

  କେତେ କଷ୍ଟ କରିଥାଏ,

ଆଦର୍ଶ ମନୁଷ୍ୟ ଗଢି ଦିଏ ତରେ

  ଉଜ୍ଜ୍ୱଳ ଭବିଷ୍ୟ ଦିଏ।


ଜନ୍ମଦାତ୍ରୀ ସେହୁ ନାରାୟଣୀ ସେହୁ

  ଲକ୍ଷ୍ମୀ ଠକୁରାଣୀ ସେହୁ,

କର୍ତ୍ତବ୍ୟ ତହର ଭକ୍ତି ରଖିବା ହିଁ

  ଜୀବନେ ସର୍ବୋଚ୍ଚ ସେହୁ ।


Rate this content
Log in

Similar oriya poem from Abstract