STORYMIRROR

BISWESWAR MAJHI

Inspirational Abstract

5.0  

BISWESWAR MAJHI

Inspirational Abstract

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
14.2K


ଦୁର୍ବଳ ଦୃଷ୍ଟିଭଙ୍ଗୀର ଥିଲା ସେ ବାରତା

'ବିନାଶ୍ରୟେ ନବର୍ତନ୍ତି କବିତା ବନିତା ଲତା' ।

ସଂସାରର ଆଧାରଟି ସେ ଅବଳା ନାରୀ

ତା'ବିନା ସଂସାର କଥା କଳନା ନକରି ।

ଜନନୀ ସେ ସଂସାରର ଅଟେ ମୂଳାଧାର

ଭଗୀନି ଅରଧାଂଗିନୀ ରୂପେ ଏକାକାର ।

ଶିଶୁର ଦରୋଟି କଣ୍ଠୁ ଆଦ୍ୟୋଂକାର ମା'

ସାହା ନାହିଁ ତାହାରତ ଯା'ର ନାହିଁ ମା' ।

ଘର ପୁରୋହିତ ସେ ପୂଜାରୀ ସେବାକାରୀ

ଡାକ୍ତାରାଣୀ ପରିଚାରିକା ସୁଶୃଷାକାରୀ ।

ସୁରକ୍ଷା ଅଧିକାରୀ ସେ ପରିବାର ପାଇଁ

ଜୀବନ ପଣ ନାରୀର ସଂସାରକୁ ନେଇ ।

ବାସୁକୀ ନାଗ ପରିସେ ସଦା ତତପର

ମୂର୍ତ୍ତିମନ୍ତ ରୂପ ତ୍ୟାଗ ସ୍ନେହ ମମତାର ।

ଭଲ ମାଆଟିଏ ଦିଏ ବୁଦ୍ଧି ଓ ବିବେକ

ସମାଜ ଅଚିରେ ପାଏ ଭଲ ନାଗରିକ ।

ଝିଅଟିଏ ଜନମିଲେ ସଭିଏଁ ଦୁଃଖିତ

ହେଲେ ସଂସାର କିପରି ଆଗକୁ ଯିବତ?

ଶକ୍ତିହତ ଶିବ ଯେହ୍ନେ ଶବ ପରି ଗଣ

ନାରୀ ବିନା ପୁରୁଷଟି ଶକତି ବିହୀନ।

ଇନ୍ଧିରା ଲୋକ ମାତା ସେ ପୁଣି ସରସ୍ୱତୀ

ଦନୁଜ ଦର୍ପଦଳିନୀ ଦୁର୍ଗା କାଳୀ ସତୀ ।

ନାରୀ ଯହିଁ ପୂଜାପାଏ ରମନ୍ତି ଦେବତା

ନାରୀ ନୁହେଁ ନାରାୟଣୀ ଜଗତର ମାତା ।

      

ବିଶ୍ୱେଶ୍ୱର ମାଝୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational