STORYMIRROR

samhita jena

Inspirational

3  

samhita jena

Inspirational

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
296


ନାରୀ

ପ୍ରେମର ସ୍ବାକ୍ଷରଟିଏ

ନାରୀ

ସୃଷ୍ଟିର ଆଧାର ହୁଏ। 


ନାରୀ

ମମତା ଅମୃତ ପାତ୍ର

ନାରୀ

ମୃତ୍ୟୁ ସଂଜୀବନି ମନ୍ତ୍ର। 


ନାରୀ

ପ୍ରିତୀ ମନ୍ଦାକିନୀ ଧାରା

ନାରୀ

ସର୍ବଂସହା ବସୁନ୍ଧରା। 


ନାରୀ

ସଂସ୍କାରର ପୃଷ୍ଠାଟିଏ

ନାରୀ

ସଂସ୍କୃତି ଆଗେଇ ନିଏ। 


ନାରୀ

ଲାଜର ଗହଣା ପିନ୍ଧେ

ନାରୀ

ସମ୍ପର୍କର ସେତୁ ବାନ୍ଧେ। 


ନାରୀ

ଗାଏ ଜୀବନ ଚାଲିଶା

ନାରୀ

ପ୍ରେରଣାର ପରିଭାଷା। 


ନାରୀ

ସଙ୍ଗୀତର ସାତ ସୂର

ନାରୀ

କସ୍ତୁରୀ ମୃଗ ନାଭିର। 


ନାରୀ

ମହାଭାରତର କୃଷ୍ଣା

ନାରୀ

ଜହ୍ନର ଶୀତଳ ଜ୍ୟୋତ୍ସ୍ନା। 


ନାରୀ

ତ୍ୟାଗର ପ୍ରେମ ସଳିତା

ନାରୀ

ରାମାୟଣ ସତୀ ସୀତା। 


ନାରୀ

ଜୀବନର ଅନ୍ତସ୍ବର

ନାରୀ

ବଦ୍ଧଇ ମହିଷାସୁର। 


ନାରୀ

କଲ୍ୟାଣମୟୀ କଲ୍ୟାଣୀ

ନାରୀ

ଶକ୍ତିମୟୀ ନାରାୟଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational