STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ନାରୀ ମୁହିଁ ପରିପୂର୍ଣ୍ଣା

ନାରୀ ମୁହିଁ ପରିପୂର୍ଣ୍ଣା

1 min
366


ଅନେକ ଫୁଲର ମାଳଟିଏ ପିନ୍ଧି

ଧରାରେ ହୋଇଛି ଜନ୍ମ

ଅନେକ ରୂପରେ ଅନେକ କର୍ମରେ

ନାରୀ ମୁହିଁ ପରିପୂର୍ଣ୍ଣ ll


ଆଶା ନିରାଶାର ମରୁବାଲି ପରେ

ଫୁଟାଇଛି ପଦ୍ମଫୁଲ

ଆବିଳତା ହୀନ ନିଃସ୍ଵାର୍ଥ ସେବାରେ

କିଏ ହେବ ମୋର ତୁଲ ll


ଝିଅଟିଏ ହୋଇ କୁଆଁ ରାବ ଦେଲି

ମାଆ ମାଟି ପାଦ ଛୁଇଁ

ଧୀରେ ଧୀରେ ପୁଣି ଚାଲି ଶିଖିଲି ମୁଁ

ପଡ଼ିଉଠି ଶ୍ରଦ୍ଧା ପାଇ ll


ଝିଅରୁ ଭଉଣୀ ପତ୍ନୀ ପୁଣି କା'ର

ସମୟ ଚକ୍ରରେ ଘୁରି

ମାଆଟିଏ ହୋଇ ସନ୍ତାନ ପାଳିଲି

ଆତ୍ମସ୍ୱାର୍ଥ ତ୍ୟାଗ କରି ll


ସମାଜ ପାଇଁ ଏ ନାରୀର ଭୂମିକା

ସରିତରେ ନୀର ସମ

କେତେବେଳେ ଆର୍ଦ୍ର କେତେବେଳେ ଶୁଷ୍କ

କେତେବେଳେ ମହାଭୀମ ll


ମୋ ଛାୟା ପରଶେ ସଂସାର ବାଟିକା

ପାଇଛି ବି ଶୀତଳତା

ସେବା ସଂସ୍କାରରେ ସମାଜ ସେବାରେ

ସାଉଁଟିଛି ସାର୍ଥକତା ll


ଏତିକି ଆହ୍ୱାନ ଏ ନବ ବର୍ଷରେ

ଭଉଣୀ ମାନଙ୍କୁ ମୋର

ନାରୀ ଏ ସମାଜ ସୁରକ୍ଷାକାରିଣୀ

ମେରୁଦଣ୍ଡ ସମାଜର ll


ନାରୀଟିଏ ଯେବେ ଶିକ୍ଷିତ ହୋଇବ

ପରିବାରେ ଦେବ ଶିକ୍ଷା

ସେଇ ଶିକ୍ଷା ବଳେ ଏଇ ଦୁନିଆରେ

ଝିଅ ପାଇବେ ସୁରକ୍ଷା ll


ଚାଲି ଚଳନ ଓ ଢଙ୍ଗରଙ୍ଗ ଆମ

ବଦଳି ଯିବ ଅଚିରେ

ନାରୀ ଅତ୍ୟାଚାର ଅବା ବଳାତ୍କାର

ହେବ ନାହିଁ ଦୁନିଆରେ ll


ସୁନାର ସଂସାରେ ହସିବ ଦୁନିଆ

ନିରାପଦ ଯାତ୍ରା ସାଥେ

ଅଭିନନ୍ଦନ ମୁଁ ଜଣାଉଛି ଗର୍ବେ

ଚାଲି ବନ୍ଧୁର ପଥେ ll


Rate this content
Log in

Similar oriya poem from Inspirational