STORYMIRROR

Gangotri Priyadarshini

Inspirational

4  

Gangotri Priyadarshini

Inspirational

ନାରୀ କି ସେ ଅବଳା ଦୂର୍ବଳା

ନାରୀ କି ସେ ଅବଳା ଦୂର୍ବଳା

1 min
230


ମୁଁ ନାରୀ ବୋଲି

ମୋତେ ଅବଳା ଦୂର୍ବଳା

ଭାବିବାର ଭୁଲ କରିବନି......


ମୁଁ କନ୍ୟା ରୂପେ ପରିବାର ସମ୍ମାନ ରକ୍ଷା କରିପାରେ

ମୁଁ ଭଗ୍ନୀ ରୂପେ ଘର ଭର୍ତ୍ତି ଖୁସି ଆଣି ପାରେ

ମୁଁ ପ୍ରେମିକା ରୂପେ ପ୍ରେମରେ ମତୁଆଲା କରିପାରେ

ମୁଁ ବୋହୁ ରୂପେ ପରିବାରର ସୌଭାଗ୍ୟ ସାଜି ପାରେ

ମୁଁ ପତ୍ନୀ ହେଇ ଅର୍ଦ୍ଧାଙ୍ଗର ଦାୟିତ୍ଵ ସମ୍ଭାଳି ପାରେ

ମୁଁ ମାତୃ ରୂପେ ନୂତନ ସୃଷ୍ଟିର ସମ୍ଭାର କରିପାରେ

ମୁଁ ସଖୀ ରୂପେ ସମସ୍ୟାର ଅନ୍ତ କରିପାରେ ......


ଯେବେ ନାରୀ ସ୍ନେହ ସମ୍ମାନର

ସୁରକ୍ଷା ପାଇଁ ତୁମେ ଅଯୋଗ୍ୟ....

ନାରୀର ବିଶ୍ୱାସ ଭାଙ୍ଗିବାରେ ତୁମେ ସିଦ୍ଧହସ୍ତ

କିଛି ବି ସହି ପାରିବାର ଶକ୍ତିକୁ 

ତୁମେ ଭବିତବ୍ୟ ବୋଲି ଗ୍ରହଣ କରି ନେଇଛ .......


ନାରୀ ସରସ୍ଵତୀ ରୂପେ ତୁମକୁ ଶିକ୍ଷ୍ୟା ବି ଦେବ

ଦୁର୍ଗା ରୂପେ ଶାସ୍ତି ବି ଦେବ

କାଳୀ ରୂପେ ସଂହାର କରିବାକୁ ପଶ୍ଚାତପଦ ହେବନି ....


ନାରୀ ସୃଷ୍ଟିର ଯହିଁ ମହତ୍ତ୍ୱ ନାହିଁ

ମଣିଷ ସଭ୍ୟତା ରହିବ କାହିଁ.....

ନାରୀ ପାଇଁ ବୁଝିବା ଶକ୍ତି ସୃଷ୍ଟି ହେଉ

ଗୁଣ ପରଖିବା ସମୟ ଆଉ ନାହିଁ .....


ନାରୀ ପୁରୁଷ ଉଭୟେ ପରିବର୍ତ୍ତନରେ ସମଭାଗୀ ହୁଅନ୍ତୁ

ଉଭୟ ସମ୍ପର୍କ ମର୍ଯ୍ୟାଦା ସମ୍ପନ୍ନ ହେଉ

ସମାଜରେ ଉଚ୍ଚକୋଟୀର ସାଂସାରିକ 

ନିଦର୍ଶନ ସୃଷ୍ଟି ହେଉ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational