Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4  

Jagannath Barik

Inspirational

ନାରୀ ଜାଗରଣ ହୋଇଛି

ନାରୀ ଜାଗରଣ ହୋଇଛି

1 min
570


ଯୁଗ ବଦଳିଛି ସମାଜରେ ଆଜି ନାରୀ ଜାଗରଣ ହୋଇଛି

ଚଷମା ଲଗାଇ ବେଣୀ ଦୋହଲାଇ ପାରବତୀ ନାନୀ ଯାଉଛି|


ପବନା ଭାଇକୁ ବାବନା ବନାଇ ପିଣ୍ଢାରେ ବସାଇ ଦେଇଛି

ସ୍ୱୟଂସହାୟିକା ଗୋଷ୍ଠୀ ମହାସଂଘେ ସଭାନେତ୍ରୀ ସିଏହୋଇଛି।


ଗାଆଁରେ ମହିଳା ସଭା କରୁଛନ୍ତି ଯୋଜନାତ ଭଳି ଭଳିକି

ରୋଜଗାରକ୍ଷମ ହୋଇବେ ସେମାନେ ପୁରୁଷଙ୍କୁ ଯିବେ ବଳିକି|


ଘରୁ ଗୋଡ଼କାଢ଼ି ଘରଣୀମାନେତ ମାଗିଲେଣି ତାଙ୍କ ରାଇଟ

ପାଦେ ହାଇହିଲ ହାତରେ ଫାଇଲ କାନ୍ଧରେ ପକାଇ ଭ୍ୟାନିଟ|


ଲଜ୍ଜ୍ୟା ଶରମକୁ ପୋଡ଼ିକି ଖାଇଲେ ଓଢ଼ଣା ଗଲାଣି ଚୂଲିକି

ଦେଢଶୁର ମଳାଶୁର ଗୁରୁଜନେ କଥା ହେଲେ ଖୋଲା ଖୋଲିକି|


ମସଲା ଛତୁଆ ଛତୁ ମାଛଚାଷ ଜର୍ସି ଗାଈ ଘରେ ପାଳିକି

ଧୂପକାଠି ଖଲି ଠୁଙ୍ଗା ବଡ଼ି ଖଟା ପାମ୍ପଡ଼ ମିକ୍ସଚର କରିକି |


ସିଲେଇ ଶିଖିକି ହିସାବ ରଖିକି ବ୍ୟାଙ୍କରୁ ଋଣ ଆଣିକି

ଠିକଣା ବାଟରେ ଖରଚ କରିକି ଭିନ୍ନ ଭିନ୍ନ ଧନ୍ଦା ଧରିକି |


ନିଶା ନିବାରଣ ନାରୀ ନିର୍ଯ୍ୟାତନ ଦୁଷ୍କର୍ମ ଦମନ ପାଇଁକି

ଏକଛତ୍ରବାଦୀ ପୁରୁଷ ପ୍ରଧାନ ସମାଜେ ଟକ୍କର ଦେଇକି |


ରାଜ୍ୟ ସରକାର ଜୀବିକା ମିଶନ ତୃପତି ପ୍ରକଳ୍ପ ଖୋଲିଛି

ସକଳ କ୍ଷେତ୍ରରେ ପୁରୁଷଙ୍କ ସହ ତାଳ ଦେଇ ନାରୀ ଚାଲିଛି |


ନନ୍ଦିନୀ ଅପାକୁ ପାର ସର ଚମ୍ପା ଶୁକୁଟା ବୋଉକୁ ଧରିକି

ସରପଞ୍ଚ ଆଉ ବିଡ଼ିଓ ଦୁହିଁଙ୍କୁ ପ୍ରଶ୍ନବାଣେ ଦେଲେ ସାରିକି |


ବିଧାୟକ ଆଗେ ବିଧା ମାରି ସିଏ ଦାବିକୁ ହାସଲ କରନ୍ତି

ସାହସ ତାଙ୍କର ଦେଖିଣ ପୁରୁଷେ ଡରିମରି ଘରେ ରହନ୍ତି |


ମଦ୍ୟପ ମାତାଲ ଠକ ଟାଉଟର ନୀତି ଚଳିବନି ଏଣିକି

ନାରୀତ ଦଉଡ଼ି ପୁରୁଷତ ଗାଈ ଚାଲିବ ଟାଣିବ ଯେଣିକି |



Rate this content
Log in

Similar oriya poem from Inspirational