STORYMIRROR

Ajit Kumar Raut

Abstract Inspirational Others

3  

Ajit Kumar Raut

Abstract Inspirational Others

ନାରୀ ହିଁ ଶକ୍ତି ରୁପା

ନାରୀ ହିଁ ଶକ୍ତି ରୁପା

1 min
165


କି ଦେଇ ବର୍ଣିବି ନାରୀର ଶକ୍ତିକୁ

ମୄଦୁଭାଷୀ ନାରୀ ସୁଷୁମା

ସୁଷମା ସ୍ୱରାଜ ନାମଟି ତାଙ୍କର

ନାରୀଶକ୍ତିର ସୁରମା।୧।

ଜ୍ଞାନର ଭଣ୍ଡାର ବିଦ୍ୟାର ସାଗର

ଥିଲେଟି ନେତ୍ରୀ ଆମ୍ବର

ଦଳର ଅମୂଲ୍ୟ ବିଜେପି ପାର୍ଟୀର

ଥିଲେ ରତ୍ନଟି ଦେଶର।୨।

ଆଦର୍ଶ ଗୄହଣୀ ଆଦର୍ଶ ମାତାଟି

ନାମ ରଖିଗଲେ ଭବେ

ଜନକଲ୍ୟାଣରେ ଅର୍ପିତ ଜୀବନ

ନାମ ରହି ଗଲ ଭବେ।୩।

କର୍ତ୍ତବ୍ୟ ପଥରେ ବିଚଳିତ ନାହିଁ

ବୀରାଙ୍ଗନା ନାରୀ ସିଏ

ଦେଶର ଉଜ୍ଜ୍ବଳ ଭବିଷ୍ୟ ନିମନ୍ତେ

କାର୍ଯ୍ୟ କରୁଥିଲେ ସିଏ।୪।

ସମସ୍ତଙ୍କ ପ୍ରିୟ ସୁଷମା ଅଟନ୍ତି

ବିଶ୍ବର ବି ମଧ୍ୟ ପ୍ରିୟ

ବିପକ୍ଷ ଦଳର ପ୍ରିୟ ସେ ଅଟନ୍ତି

ଜନତାଙ୍କ ମଧ୍ୟ ପ୍ରିୟ।୫।

ତାଙ୍କରି ଆଜିଟି ପବିତ୍ର ଜୟନ୍ତୀ

କୋଟି ପ୍ରଣାମ ଆମର

ନାମ ରହି ଗଲା ପବିତ୍ର ଧରାରେ

ଗୁଞ୍ଜନ ନାମ ତାଙ୍କର।୬।

ବୀର ବୀରଙ୍ଗନା ବୀରତ୍ବ କାହାଣୀ

ନ ଭୂଲିବେ କେଭେ ଜନେ

ଦେଶ ବିଦେଶରେ ଅପୂର୍ବ ବ୍ୟକ୍ତିତ୍ୱ

ପ୍ରଜ୍ବଳିତ ଜନମନେ।୭।

କି ଦେଇ ବର୍ଣିବି ନାରୀର ଶକ୍ତିକୁ

ମୄଦୁଭାଷୀ ନାରୀ ସୁଷୁମା

ସୁଷୁମା ସ୍ବରାଜ ନାମଟି ତାଙ୍କର

ନାରୀ ଶକ୍ତିର ସୁରୁମା।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract