STORYMIRROR

Omm Prasad Pradhan

Inspirational

4.6  

Omm Prasad Pradhan

Inspirational

ନାରୀ ଦିବସ

ନାରୀ ଦିବସ

1 min
393


କୁଢ଼ କୁଢ଼ ଶବ ଉପରେ ଛିଡା ହେଇ

ଅନେକ ଦଳିତାକୁ ଦଳିଦେଇ

ପୀଡିତକୁ ନ୍ୟାୟ ନଦେଇ

ନିର୍ଭୟା,ଆସିଫାର ଶବ ଉପରେ

ପତାକା ଟିଏ ପୋତି ଦେଇ

ପାଳନ କରୁଛି ନାରୀ ଦିବସ

ଏଇ ନିଷ୍ଠୁର ସମାଜର ପୁରୁଷ ପୁଙ୍ଗବ

ଆଜି ନାରୀ ଦିବସ ବୋଧହୁଏ

ଦିନଟିଏ ଆମେ ଦେଇଛେ ନାରୀକୁ

ନାରୀରୁ ନାରାୟଣୀ ହେବାପାଇଁ ?

ନା କେବଳ ନାରୀ ବି ଜଣେ ମଣିଷ

ଏତିକି ଜଣେଇବା ପାଇଁ ତାକୁ 

ନହେଲେ ସେ ବି କଣ ଗଣା ହେବ

ଏଇ ପୁରୁଷ ପ୍ରଧାନ ସମାଜରେ 

ପ୍ଲାଟୋ କୁହନ୍ତି ନାରୀ ଆତ୍ମାହୀନ

ସେଇଥିପାଇଁ ବୋଧେ କନ୍ୟାଭୃଣ ହତ୍ୟା

ବଧୂହତ୍ୟା ,ଆଉ ଦୁଷ୍କର୍ମର ସୀମା ନାହିଁ

ଘରର ଅଇଁଠା ଠୁ ଆରମ୍ଭ କରି

ସମାଜର ବିଷ ପର୍ଯ୍ୟନ୍ତ ସେ ପିଇଯାଏ

ଆଉ ଶେଷରେ ଅସତୀ ନହେବା ପାଇଁ

ଜଳିଯାଏ ,ନହେଲେ ଜାଳିଦିଆଯାଏ

ତଥାବି ଆମେ ନାରୀ ଦିବସ ପାଳନ କରୁ

କାରଣ ପ୍ରଶ୍ନବାଚୀ ନ'ହେଲେ ବି ସ୍ପଷ୍ଟ ନୁହେଁ

ଆଉ ନାରୀ କେବେବି ମଣିଷ ନୁହେଁ

କଥାଟା ମିଛ ହେଇଥିଲେ ବି

ପୁରୁଷ ପୃଷ୍ଠାରେ ସତ ହେବାକୁ ଯାଉଛି

ଯଦି ବା ସତ ହୁଏ ସେହିପୃଷ୍ଠା

ନାରୀ କେବେ ବି ମଣିଷ ନୁହେଁ

ସିଏ ଦେବୀ, ସିଏ ଶକ୍ତି ମହାମାନବୀ ହୁଏ

ସିଏ ବି କାହାଠାରୁ କମ ନୁହେଁ ।।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational