STORYMIRROR

Hasyamayee Raj

Tragedy

4  

Hasyamayee Raj

Tragedy

ନାଁ ଟି ମୋର ଗରିବ

ନାଁ ଟି ମୋର ଗରିବ

1 min
301

ଖରା ବର୍ଷା ଶୀତ କାକର

ସହ ମୋର ଭାବ

ନା ମୋର ଅଛି ନଭଶ୍ଚୁମ୍ବୀ ଅଟ୍ଟାଳିକା

ନା ଶୀତ ତାପ ନିୟନ୍ତ୍ରିତ ଘର

ନା ଅଛି ଗାଡି, ଘୋଡା, ମଟର

ନା ଅଛି କଛି ସଂପତ୍ତି ସ୍ଥାବର ଅସ୍ଥାବର

ମୋର ଧନରେ ନଥାଏ ଲୋଭ 

ନାଁ ଟି ମୋର ଗରୀବ ।


ନା ମୋର କିଛି ଅଛି ଆଶା

ନା କିଛି ଅଭିଳାଷ

ନା ଦେଖେ ମୁଁ ସ୍ବପ୍ନ

ନା ପୂରଣ କରେ ସମ୍ଭାବନା

କାମରେ ନଥାଏ ମୋର ଲାଜ

ଅବା ଭେଦଭାବ

ନା ମୋତେ ଛୁଇଁପାରେ ଅହଂକାର 

ନା ମୋର ଥାଏ ଗର୍ବ

ଏହି ତ ମୋର ସ୍ବଭାବ

ନାଁ ଟି ମୋର ଗରୀବ


ଆନ ପାଇଁ ମୋର ଜନ୍ମ

କେବେ ମୁଁ ଫୁଟ୍ ପାଥ୍ ରେ

ଗୋଟାଏ ଜରିକାଗଜ

କେବେ ଇଟାଭାଟି ଘର ତୋଳା

ଅବା ରାସ୍ତା ଗଢିବା ମୋର କାର୍ଯ୍ୟ 

କେବେ ମୁଁ ଯାଏ ମୂଲ ଲାଗି

ପର ଘର କରିବାକୁ ସଜ

ମୁଁ କେବେ ଖୋଜେ ନାହିଁ ମୋର ଭାଗ

ନାଁ ଟି ମୋର ଗରୀବ ।


ରୋଗ, ଶୋକ, ଦୁଃଖରେ

ଭରା ମୋର ଜୀବନ

ସୂର୍ଯ୍ୟର ଆଲୋକ

ତୋଫା ଜହ୍ନର ଆକାଶ

ଦେଖୁଥାଏ ସଦା ମୋର ଘର

ମାନ ସମ୍ମାନ ସୁଖ କାମନାକୁ

ନଥାଏ ମୋର ଖାତିର

ଭୋଗ ବିଳାସର ଜୀବନ ଚାହେଁନା

କରୁଥାଏ ସଦା ତ୍ଯାଗ

ବେଳେ ବେଳେ ଜୀବନ ଥାଇ ବି

ପାଲଟି ଯାଏ ମୁଁ ଶବ

ନାଁ ଟି ମୋର ଗରୀବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy