STORYMIRROR

Chinmayee Sahoo

Inspirational

3  

Chinmayee Sahoo

Inspirational

ନାମଟି ଭିନ୍ନ ମାତର

ନାମଟି ଭିନ୍ନ ମାତର

1 min
288


ଏ ଧରାଧାମରେ ଅସଂଖ୍ୟ ମାନବ

   କରନ୍ତି ଜନ୍ମ ଗ୍ରହଣ

ମାୟା ମୋହ ବଶେ ବନ୍ଦୀ ହୋଇଥାନ୍ତି

   ଅର୍ଦ୍ଧରୁ ଅଧିକ ଜନ।


କାମନା ବାସନା ଅର୍ଥ ଉପାର୍ଜନା

   ସଭିଙ୍କ ଜୀବନ ଲକ୍ଷ୍ୟ

ଆଧ୍ୟାତ୍ମିକ ବାଦୀ ସଂସାରବିରାଗୀ

  କିଛି ଜନ୍ମି ଧରା ବକ୍ଷ।


ଉଦ୍ଧାର କରନ୍ତି ଦୁ଼ଃଖୀ ଅସହାୟେ

   ଅବା ଦରିଦ୍ର ଜନରେ

ସମାଜର ହିତ ସାଧୁଥାନ୍ତି ନିତ୍ୟ

  ଉର୍ଦ୍ଧ୍ୱ ସେ ଏ ସମାଜରେ।


ସଳିତା ପରାୟେ ତିଳ ତିଳ ଜଳି 

   ସହି ନାନା କଷଣକୁ

ଜୀବନକୁ ନିଜ ଉତ୍ସର୍ଗ କରନ୍ତି

   ଆନରେ ନ୍ୟାୟ ଦେବାକୁ।

 

ଜନମାନସରେ ଚିର କାଳ ପୂଜ୍ୟ

   ହୋଇ ରହିଥାନ୍ତି ସେହି

ତ୍ୟାଗ ସେବା ବଳେ ପୁଣ୍ୟାତ୍ମା ସନ୍ଥ ବା

   ମହାପୁରୁଷ ବୋଲାଇ।


ଏକ ପରଂବ୍ରହ୍ମ ନାନା ଧର୍ମେ ନାନା

  ରୂପେ ନେଇ ଅବତାର

ଯୀଶୁ ରାମ ଆଲ୍ଲା କବୀର ନାନକ

  ନାମ ଭିନ୍ନଟି ମାତର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational