STORYMIRROR

Banabihari Mishra

Inspirational

3  

Banabihari Mishra

Inspirational

ନାମରେ କଅଣ ଅଛି

ନାମରେ କଅଣ ଅଛି

1 min
403

ପଦ୍ମଲୋଚନର        ଆଖିଟା କଣା ଯେ 

     ନାମରେ ଅଛି ବା କିସ ରହସ୍ୟ

ଲକ୍ଷ୍ମୀପତି ଭିକ        ମାଗୁଛି ବାଟରେ 

     କେଶବତୀ ମୁଣ୍ଡେ ନାହିଁ ଟି କେଶ

ସୁଖିରାମ କାନ୍ଦେ       ଦିନରାତି ବସି 

     ଦୁଃଖ ତାକୁ ଛାଡି ଯାଉନି କେବେ

ଗଉରା ଯା ନାମ       କଳା ବିଟିବିଟି 

     ଚମକିବ ତାକୁ ଦେଖିବ ଯେବେ

ସନ୍ନ୍ୟାସୀ ଯା ନାମ      ଆବୋରି ବସିଛି 

     ସୁଖ ଓ ସୁବିଧା ଏ ସଂସାରର

କାଳିଆ ବି ହୁଏ        ଗୋରା ତକତକ 

     ପ୍ରାଧାନ୍ୟ ନଥାଏ କେବେ ନାଁ'ର

କାମିନୀ ନାଁରେ        ଯେଉଁ ଝିଅଟା ସେ 

     ଅସୁନ୍ଦରୀ ଆଉ ଅଟେ କୁତ୍ସିତ

ବାମନ ଯା ନାମ       ସାତଫୁଟ ଡେଙ୍ଗା 

     ଅଳ୍ପାୟୁଷ ହୁଏ ଅମରନାଥ

ନାଁ ପଛେ ତେଣୁ        ଯାହା ହୋଇଥାଉ 

     ମଣିଷ ଭିତର ଗୁଣକୁ ଦେଖ

ଭଲକଥା ସବୁ         ଠାରୁ ଶିକ୍ଷା କର 

     ଭଲଗୁଣ ସବୁ ଜାଗାରୁ ଶିଖ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational