ନାମରେ କଅଣ ଅଛି
ନାମରେ କଅଣ ଅଛି
ପଦ୍ମଲୋଚନର ଆଖିଟା କଣା ଯେ
ନାମରେ ଅଛି ବା କିସ ରହସ୍ୟ
ଲକ୍ଷ୍ମୀପତି ଭିକ ମାଗୁଛି ବାଟରେ
କେଶବତୀ ମୁଣ୍ଡେ ନାହିଁ ଟି କେଶ
ସୁଖିରାମ କାନ୍ଦେ ଦିନରାତି ବସି
ଦୁଃଖ ତାକୁ ଛାଡି ଯାଉନି କେବେ
ଗଉରା ଯା ନାମ କଳା ବିଟିବିଟି
ଚମକିବ ତାକୁ ଦେଖିବ ଯେବେ
ସନ୍ନ୍ୟାସୀ ଯା ନାମ ଆବୋରି ବସିଛି
ସୁଖ ଓ ସୁବିଧା ଏ ସଂସାରର
କାଳିଆ ବି ହୁଏ ଗୋରା ତକତକ
ପ୍ରାଧାନ୍ୟ ନଥାଏ କେବେ ନାଁ'ର
କାମିନୀ ନାଁରେ ଯେଉଁ ଝିଅଟା ସେ
ଅସୁନ୍ଦରୀ ଆଉ ଅଟେ କୁତ୍ସିତ
ବାମନ ଯା ନାମ ସାତଫୁଟ ଡେଙ୍ଗା
ଅଳ୍ପାୟୁଷ ହୁଏ ଅମରନାଥ
ନାଁ ପଛେ ତେଣୁ ଯାହା ହୋଇଥାଉ
ମଣିଷ ଭିତର ଗୁଣକୁ ଦେଖ
ଭଲକଥା ସବୁ ଠାରୁ ଶିକ୍ଷା କର
ଭଲଗୁଣ ସବୁ ଜାଗାରୁ ଶିଖ
