ନାମ ମୋ ପ୍ରେମିକାର
ନାମ ମୋ ପ୍ରେମିକାର
ଶବ୍ଦଟିଏ କେବେ ହୁଏ ମନ୍ତ୍ରମୟ
କେବେ ପ୍ରସ୍ଫୁଟିତ କରାଏ ମରୁଭୂମିରେ ପୁଷ୍ପ
କେତେବେଳେ ନାଁ ଟିଏ ଯଥେଷ୍ଟ ହୁଏନି ଜୀଇଁ ବାକୁ
ଅପୂର୍ବ ପୁଲକ ଜାଗେ ହୃଦୟ କନ୍ଦରେ
ଏକାଗ୍ର ଭାଙ୍ଗେ
ଶ୍ରବଣ ତବ ନାମ ଉଚ୍ଚାରଣେ
ଖାଁ ଖାଁ ଏକଲା ପଣରେ
ପବନରେ ଦୋଳି ଖେଳୁଥାଏ ସେହି ନାଁ
ନୀରବତା ଭାଙ୍ଗେ,
ସେହି ତିନୋଟି ଅକ୍ଷର ନାମ ତବ
ଗୁଣୁଗୁଣୁ ଗୁଞ୍ଜରଣ ହୁଏ
ବିନା ଉଚ୍ଚାରଣେ ବି ଶୁଣାଯାଏ
ନ ଡାକିଲେ ବି ହଁ ବୋଲି ଉତ୍ତର
ମୁଁ ଜାଣେନି
କ'ଣ ଅଛି ସେ ନାଁରେ
କଣ ପାଇଁ ଆବେଗ ଉଦବେଳନ
ଆହୁରି ଏକାନ୍ତରେ ସାଥିହୁଏ ସେହି ନାଁ
ଚୁପଚାପ ଅନବରତ ବୁଲୁଥାଏ
ସେହି ନାଁ ବୋଧେ ମୋ ପ୍ରେମିକାର
ଉପଶମ ମୋ ଜୀବନ ଯନ୍ତ୍ରଣାର

