STORYMIRROR

Dr.Priyadarshee Praharaj

Romance Classics Fantasy

3  

Dr.Priyadarshee Praharaj

Romance Classics Fantasy

ନାଲି ରଙ୍ଗ

ନାଲି ରଙ୍ଗ

1 min
658

କଳା କିଟ୍ କିଟ୍ ଅନ୍ଧାର

ଭିତରୁ ବାହାରି ଆସି ଦେଖେ ତ ଗୋଟିଏ ରଙ୍ଗ।

ତାହା ସ୍ଵାଭାବିକ ଭାବି ତୁନି ପଡେ ଯେବେ

ବହି ଆସେ ଫୁଟା ହୋଇଥିବା ଛୁଞ୍ଚିରୁ ସେଇ ରଙ୍ଗ।

ଛୋଟ ମନ, ଖେଳ କୁଦରେ ଭୁଲି ଆସିଲା ବେଳେ,

ଯୌନକ୍ରାନ୍ତି ସ୍ରାବରେ ପୁନର୍ବାର ଦିଶେ ସେଇ ରଙ୍ଗ।

ଭୟ ଲାଗେ କାରଣ ତାହା ଅସହାୟ କଷ୍ଟ ଦିଏ,

ଭୁଲି ହୁଏନି କାରଣ ତାହା ପ୍ରତି ମାସରେ ଜଡିତ ହୋଇଯାଏ।

ତେବେ ତରଣୁ ବୟସରେ, ସେ ରଙ୍ଗର ଏ କି ରୂପ

ହୃଦୟର ପ୍ରେମକୁ ସିଆହି ଦ୍ଵାରା ସମ୍ପୂର୍ଣ୍ଣ କରେ ସିଏ।

ବେଦୀରେ ପାଦ ଥୋଉ ଥୋଉ ମଥାରୁ ପାଦ ଯାଏଁ ବୋଳି ହୋଇଯାଏ।

ସଧବା ଆକ୍ଷା ହୋଈ ମୁଣ୍ଡ ଓ ହାତ ରେ ଗୁଡେ଼ଇ ହୋଇଯାଏ।

ତେବେ ଏ ରଙ୍ଗ କଣ ମୋ ପରି ଦୁହିତା ?

ସେ କଣ ସୁଖ ଓ ଦୁଃଖ ଭିତରେ ନିଜର ଅସ୍ତିତ୍ବ ତିଆରି କରେ

ସେ ପାଇଁ ନାଲି ରଙ୍ଗ ହୋଈ ଯାଏ ଶୁଭ

ଓ ନାରୀ ଜାତିର ମର୍ଯ୍ୟାଦା ସାଜି ଶୋଭା ପାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance