STORYMIRROR

Trushna Das

Abstract Tragedy Others

3  

Trushna Das

Abstract Tragedy Others

ନାଲି ରକ୍ତର ପ୍ରତୀକ ସିନ୍ଦୁର

ନାଲି ରକ୍ତର ପ୍ରତୀକ ସିନ୍ଦୁର

1 min
229

ଦୃଢ ହୋଇ ଥାଏ ସେଇ ସମ୍ପର୍କ 

ଯେଉଁଠାରେ ଥାଏ ରକ୍ତର ପରିଚୟ

ସ୍ୱାମୀ ସ୍ତ୍ରୀର ସମ୍ପର୍କ ହୋଇ ନ ଥିଲେ ବି ରକ୍ତର

ତାହା ଯେ ଦୃଢ ଓ ପବିତ୍ର।। 


ବିବାହ ମଣ୍ଡପରେ ସ୍ୱାମୀ ସ୍ତ୍ରୀ ମୁଣ୍ଡରେ ଦିଏ ସିନ୍ଦୁର 

ସେଇ ସିନ୍ଦୁର ସେତେବେଳେ ସାଜି ଥାଏ ନାଲି ରକ୍ତର ପ୍ରତୀକ

ସ୍ୱାମୀ ଓ ସ୍ତ୍ରୀ ସବୁ ଦିନ ପାଇଁ ହୋଇ ଥାଆନ୍ତି ଏକତ୍ର

ସ୍ତ୍ରୀକୁ ମିଳି ଥାଏ ତାର ପ୍ରକୃତ ଅସ୍ତିତ୍ୱ।।


ସ୍ୱାମୀ ପିନ୍ଧାଇ ସ୍ତ୍ରୀକୁ ସିନ୍ଦୁର

ସିନ୍ଦୁର ରୂପେ ଦେଇ ଥାଏ ସ୍ତ୍ରୀକୁ ନାଲି ରକ୍ତର ପରିଚୟ

ସ୍ତ୍ରୀ କୁ କରିଥାଏ ସବୁ ଦିନ ପାଇଁ ନିଜର

ପ୍ରତିଶ୍ରୃତି ଦେଇ ଥାଏ ରକ୍ଷା କରିବ ସ୍ତ୍ରୀର ହୋଇ ସାଥୀ ରହିବ ସବୁ ଦିନର।।


ସ୍ତ୍ରୀ କେତେ ଖୁସିରେ ପିନ୍ଧି ଥାଏ ସିନ୍ଦୁର 

ଭାବି ତା ସ୍ୱାମୀର ପ୍ରତୀକ

ସିନ୍ଦୁର ପିନ୍ଧି ତା ସ୍ୱାମୀର ଦୀର୍ଘ ଆୟୁ ପାଇଁ କରିଥାଏ ବ୍ରତ

ଦେଖି ଥାଏ ତା ସ୍ୱାମୀ ସହ ଉଜ୍ଜଳ ଭବିଷ୍ୟତର ବ୍ରତ।। 


ହେଲେ ଯେତେବେଳେ ସ୍ୱାମୀ ହୋଇ ପାଗଳ

ପିପାସୁ ହୋଇ ସ୍ତ୍ରୀ ରକ୍ତର

ହରାଇ ଥାଏ ନିଜର ହିତାହିତ ଜ୍ଞାନ 

ସେତେବେଳେ ସ୍ତ୍ରୀର ରକ୍ତ ବୁହାଇବା ପାଇଁ ସାଜି ଥାଏ ଦାନବ।।


ଯେତେବେଳେ ସ୍ୱାମୀ ପୁରୁଷ ପଣିଆ ଦେଖାଇବାକୁ ଯାଇ ସ୍ତ୍ରୀ ଉପରକୁ ଉଠାଇ ଥାଏ ହାତ

ବୁହାଇ ଥାଏ ସ୍ତ୍ରୀର ରକ୍ତ

ସେତେବେଳେ ସେଇ ପ୍ରବିତ୍ର ସମ୍ପର୍କ 

ଓ ନାଲି ରକ୍ତର ପ୍ରତୀକ ସିନ୍ଦୁର ହୋଇ ଥାଏ କଳଙ୍କିତ।।


ସେତେବେଳେ ସେ ସମ୍ପର୍କରେ ପଡି ଥାଏ ଫାଟ

ନ ଥାଏ ସେ ସମ୍ପର୍କରେ ମଧୁରତା ଓ ବିଶ୍ୱାସ 

ଭାଙ୍ଗି ଯାଇଥାଏ ସବୁ ସପନ

ନାଲି ରକ୍ତର ପ୍ରତୀକ ସିନ୍ଦୁର ଲାଗଇ ବୋଝ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract