STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

ନାଲି ରକ୍ତ

ନାଲି ରକ୍ତ

1 min
215

          

ଏ କଣ! ନାଲି ରକ୍ତର ଛିଟା 

ଓଦା ଓଦା ଚଲା ବାଟ ସାରା, 

ଓଃ ! କି ବିଭତ୍ସ ନାରକୀୟ 

ଘୃଣ୍ୟ ନିନ୍ଦନୀୟ ଘଟଣା ଘଟେ। 

ପଶୁ ପାଲଟିଛି ମଣିଷ 

ସ୍ଵାର୍ଥର ରାକ୍ଷସ ସବାର ହୋଇଛି 

ତା' ମୁଣ୍ଡରେବିଚାରଧାରାରେ 

ସବୁଠି ଖାଲି ମେଞ୍ଚା ମେଞ୍ଚା 

କଞ୍ଚା ନାଲି ରକ୍ତ ।

ସୀମାନ୍ତର ସୁରକ୍ଷା ବଳୟ ଭିତରେ

ଜନ ବହୁଳ ନଗରୀର ବିଚ୍ ରାସ୍ତାରେ, 

ଘର ଅଗଣା ଦାଣ୍ଡ ଦୁଆରେ 

ପିନ୍ଧା ପୋଷାକରେ ହାତରେ ଦେହରେ,

ସବୁଠି ରକ୍ତ ରକ୍ତ ଖାଲି ରକ୍ତ।

ସଂପର୍କ କେବଳ ମାତ୍ର 

ଗୋଟାଏ ସୁନ୍ଦର ଶବ୍ଦର ଧ୍ଵନି 

କଥାର ଉଚ୍ଚାରଣରେ, 

ଆନ୍ତରିକତା ଏକ ଭେଳିକି 

ଆଖି ଆଗରେ ମନର ଦୁର୍ବଳତାରେ 

କରିଦିଏ ଅଡୁଆ ସୂତାର ଗଣ୍ଠି।

ହିଂସ୍ରତାର ଆତଙ୍କ ରାଜ 

ପ୍ରଭାବ ବିସ୍ତାରରେ 

ପ୍ରତିପତ୍ତି ପ୍ରତିଷ୍ଠାର ନାମରେ, 

ନାଲି ରକ୍ତ ମୁଖା ଚେହେରା 

ଭାତୃ ବିବାଦରେ ସୀମା ନିର୍ଦ୍ଧାରଣରେ। 

ଜୀବନ ହୁଏ ସଂକଟାପନ୍ନ 

ମାରିବା ମରିବାର ର ଯୋଜନାରେ,

ପରିଚୟର ମୂଲ୍ୟ ଲୁଟିବାରେ 

ତ୍ୟାଗ ଆଦର୍ଶର ନମୁନା ଚିତ୍ରରେ। 

ଚରିତ୍ର ଫମ୍ପା ମାଠିଆ 

ନେପଥ୍ୟର କୋଳାହଳ ମଧ୍ୟରେ 

ହୁଏ ଦିଗହଜା ବେସାହାରା। 

ନୀରିହର ହୃଦୟ କୋହ 

ଆଖିର ତତଲା ଲୁହ ଦିଏ ଅଭିଶାପ,

ଧ୍ଵଂସ ପଥେ ଆଗେଇ ଚାଲ 

ଢାଳି ଦେଇ ନାଲି ରକ୍ତ ଖାଲି ନାଲି ରକ୍ତ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy