ନାଲି ଚୁଡ଼ା, ଢୋଲ
ନାଲି ଚୁଡ଼ା, ଢୋଲ
ମୁଁ ବଞ୍ଚେ ସେଇ ନିଆରା ଦୁନିଆରେ
ଯେଉଁଠି ସମ୍ପର୍କ ମିଠା ମିଠା
ଆପଣାର ବାସ ଚହଟି ଉଠଇ
ଖାଲି ଥାଏ ସେଠି ସେହ୍ନ ଛିଟା।।
ମୋ ଦୁନିଆଁ ପାଇଁ ଲୋଡ଼ା ତ ହୁଏନା
ଅର୍ଥ ଲାଳସାର ଜିଭ ଚଟା
ପାଇବା କାମନା ନଥାଏ ତ ଜମା
ଥାଏ ମମତାରୁ ମୁଠା ମୁଠା।।
ଚଢି ବଢି ଦେଖାଣିଆ ରଂଗ ଢଙ୍ଗ
ଗର୍ବ ଅହଂକାର ଆଦିମତା
ବିଶ୍ୱାସ ସ୍ନେହ ଅମୁଲ୍ୟ ପୁଞ୍ଜି ମୋ
ଘୃଣା କରେ ଅଭିନୟ ଚଂଚକତା।।
ଗୁଜୁରାତି ଚାଷ ନାହିତ ମୋହର
ହାତୀ ପାଳିବାର ସାମର୍ଥ୍ୟ ତା
ସବୁରି ହୃଦୟେ ଘର କରିବାକୁ
ମଣେ ମୁଁ ଜୀବନ ସାର୍ଥକତା।।
ନାଲି ଚୁଡା ଢୋଲ ମଫସଲିଆଟେ
ଛୁଇଁନି ଫ୍ୟାସନ ଇ ଯୁଗ ସଭ୍ୟତା
ସକାଳ ସୁରୁଜ ଆସଇ ମୋ ପାଇଁ
ଆଣି ପେଟ ପାଟଣା ବଂଚିବା ଚିନ୍ତା।।
ଭିଡ ଖାଲି ଭିଡ ଘୋ ଘା ଶବ୍ଦ
ମୋଭିତରେ କିନ୍ତୁ ନିଃଶବଦତା
ଚାରିଆଡେ ଖାଲି ଆଲୋକ ରୋଷଣୀ
ସାଙ୍ଗ ମୋ ରୋଗ,ସମସ୍ୟା ଓ ଚିନ୍ତା।।
