STORYMIRROR

Gangotri Priyadarshini

Abstract Classics Fantasy

3  

Gangotri Priyadarshini

Abstract Classics Fantasy

ନାଲି ଚାହା ମୁଢ଼ି

ନାଲି ଚାହା ମୁଢ଼ି

1 min
323


ନାଲି ଚାହା ମୁଢ଼ି,

ଜେଜେ ମାଙ୍କର କାହାଣୀ ପେଡ଼ି

ବାରି ଆଡୁ ଶୁଭେ ହମା ର ରଡ଼ି

ହେଇ ଶୁଣୁଛ,

ଗାଈ ଆଗେ ଘାସ ପକେଇ ଆସ

ଜଗିଛି ବସି,

ଜଲଦି ଆସ ଚାହା ପିଇବା ମିଶି

ବିଲକୁ ଯିବ

ହଳିଆ ଟୋକା,

ଗୋରୁ କଣ୍ଟ ଟାରେ କୁଣ୍ଡା ତୋରାଣି ପକା

କାହିଁ ସେ ବେଳ,

ସକାଳ ର ଶୁଖୁଆ ସାଙ୍ଗକୁ ବାସି ପଖାଳ

ପିଣ୍ଡାରେ ବସ,

ହଇରେ ନାତି ଚଟଟେ ଆଣ

ଶୁଣ ସଙ୍ଗାତ ଖାଇ କରି ଯିବ ରହିଲା ରାଣ ।।


Rate this content
Log in

Similar oriya poem from Abstract