Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

ନାଇଲେ ମୁଖା ନୋହିବ ବୋକା

ନାଇଲେ ମୁଖା ନୋହିବ ବୋକା

1 min
359



ବାୟୁ ମାର୍ଗ ଅଟେ ଆମ ନାସିକା ଓ ପାଟି

ବହୁ ସୂକ୍ଷ୍ମ ଅଣୁ ଜୀବ ଭୁତାଣୁ  ପଶନ୍ତି ।

ଏଇ ପଥେ ନିତି ଆମ ଶରୀର ମଧ୍ଯକୁ

ପ୍ରବେଶ କରିକି ରୋଗୀ କରନ୍ତି ଆମକୁ  ।

ରୋଗ ପ୍ରତିରୋଧି ଶକ୍ତି କରଇ ଲଢାଇ

ଆମ ଶରୀର କୁ ତାଙ୍କ ଠାରୁ ରକ୍ଷା ପାଇଁ  ।

ଶକ୍ତିଶାଳୀ ଭୂତାଣୁ ଓ ‐ଜୀବାଣୁ ନିକଟେ

ଏ ଶକତି ଯଦି କେବେ ବିଜୟୀ ପାଲଟେ ।

ହେଲେ ବି ସଭିଙ୍କ ଦେହ ନୁହଇ ସମାନ

ରୋଗ ପ୍ରତି ରୋଧୀ ଶକ୍ତି ଅଟେ ଭିନ୍ନଭିନ୍ନ  ।

ଏହି ଶକ୍ତି ତାରତମ୍ଯେ ଜନେ ହୋନ୍ତି ରୋଗୀ

ରୋଗ ରୋଧୀ ଶକତିକୁ ପରାଜିତ କରି  ।

ମାନବ ଶରୀର କରେ ରୋଗାଣୁ  ଆୟତ୍ତ

କ୍ରମେ ଆମ ଦେହ ହୁଏ ରୋଗ ସଂକ୍ରମିତ  ।

ଶରୀର ସୁ‐ହିତ କାରି ଜୀବାଣୁ ଙ୍କୁ ମାରି

ଜୀବାଣୁ ଭୁତାଣୁ ଅଣୁ ଜୀବ ଗ୍ରାସ କରି  ।

ସୁସ୍ଥ ଶରୀରରେ ରୋଗ ଦେଇ ଥାନ୍ତି ଭରି

ତାହାଙ୍କ କବଳେ ନିତି ଶରୀର ଆମରି  ।

ରୋଗ ,କଷ୍ଟ ଓ ଯାତନା ଅଶେଷ ପ୍ରକାର

ସରଜି ସଭିଙ୍କୁ କରି ରଖନ୍ତି ଅସ୍ଥିର  ।

ନିର୍ଯ୍ଯାତିତ କରି କରି ଶେଷେ ଦ୍ଯନ୍ତି ମାରି

ରୋଗ ଗ୍ରାସେ ମୂତ୍ଯୁ ହେଲା ବୋଲି ପଡେ ହୁରି ।

ତାହାଙ୍କ ଦାଉରୁ ରକ୍ଷା ପାଇବା  ନିର୍ମିତ

ମୁଖା ନାଇ ବୁଜାଇବା ନାସିକା ଓ ବକ୍ତ୍ର  ।

ମଶକ ଦଂଶକ ଆଉ ମାଛି ଆଦି କୀଟ

ପତଙ୍ଗମ ଗଣ ନିତି ଭ୍ରମି ଯେ ବହୁତ ।

ରୋଗାଣୁ ଜୀବାଣୁ ଆଉ କୀଟାଣୁ ସଭିଙ୍କୁ

ଏଣେ ତେଣେ ଖେଳାଇଣ ବଢାନ୍ତି ରୋଗକୁ ।

ମାଛି ମରା ଯନ୍ତ୍ରେ ହତ କରିବା ସତତ

ପରି ସ୍ଥାନ ପରିଷ୍କାର  ରଖିବା ବିହିତ ।

ବ୍ଯବସ୍ଥା କୁ ଦୂଢେ ପାଳି ଥିଲେ କେହି କେବେ

ରୋଗ ବାଗ ହୀନ ହୋଇ ନୀରୋଗୀ ରହିବେ  ।



Rate this content
Log in

Similar oriya poem from Action