STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନାହିଁଟି ଛଳନା ଗୁରୁ ମନ୍ତ୍ରେ

ନାହିଁଟି ଛଳନା ଗୁରୁ ମନ୍ତ୍ରେ

1 min
184


ନଥିବ ଛଳନା ଥିବଟି କରୁଣା

  ଭଜୁ ଥିଲେ ଗୁରୁ ମନ୍ତ୍ର,

ହରେ କୃଷ୍ଣ ରାମ ଜପମାଳି ତାର

  ଅଟେ ଏହୁ ଗୁରୁ ମନ୍ତ୍ର।


ଜପମାଳି ତାର ଜଗନ୍ନାଥ ନାମ

  ଜଗତ ଠାକୁର ଏହୁ,

ହରେ କୃଷ୍ଣ ରାମ ମହାମନ୍ତ୍ର ନାମ

  ଚକାନୟନଟି ଏହୁ।


ବିଭିନ୍ନ ରୂପରେ ଅବତାର ତାଙ୍କ

  ଜଗତ କଲ୍ୟାଣ ପାଇଁ,

କଳିଯୁଗେ ସେହୁ ବିରାଜମାନଟି

  କଳିର ବିନାଶ ପାଇଁ।


ପରମ ବ୍ରହ୍ମର ଦାରୁବ୍ରହ୍ମ ରୂପ

  ଚକାନୟନର ରୂପେ,

ବିରାଜମାନ ଟି ବଡ଼ଦେଉଳରେ

 ପ୍ରଭୁ ଦାରୁବ୍ରହ୍ମ ରୂପେ।


ଛଳନା ନଥାଏ ଭକ୍ତଙ୍କରେ ତାଙ୍କ

 ଭକ୍ତଙ୍କ ନିସ୍ବାର୍ଥ ଶ୍ରଦ୍ଧା,

ପ୍ରେମ ଭକ୍ତି ଶ୍ରଦ୍ଧା ନୈବେଦ୍ୟ ତାଙ୍କର

 କଲେ ସମର୍ପଣ ଶ୍ରଦ୍ଧା।


ବଙ୍ଗସାଗରର କୁଳେ ଗୁଞ୍ଜେ ବାନା

 କାଳିଆ କାଳିଆ ନାମ,

ବଡ଼ଦାଣ୍ଡ ଥାଏ ମେଳି ଭକ୍ତଙ୍କର 

  ଗୁଞ୍ଜେ ଦୟାନିଧି ନାମ।


ଭାଇ ଓ ଭଉଣୀ ସଙ୍ଗରେ ଅଛନ୍ତି

  ବସିଛନ୍ତି ଜନହୀତେ,

ହାତ ନାହିଁ ତାଙ୍କ ପାଦ ନାହିଁ ତାଙ୍କ

  ଦେଲେ ମନୁଷ୍ୟଙ୍କ ହୀତେ।


ଚକାନୟନରେ ଦେଖନ୍ତି ବ୍ରହ୍ମାଣ୍ଡ

 ମନୁଷ୍ୟଙ୍କ କ୍ରିୟାକର୍ମ

ସବୁ ଦେଇଛନ୍ତି ରାଷ୍ଟ୍ର କାର୍ଯ୍ୟ ପାଇଁ

 ଜନେ କରେ କେଉଁ କର୍ମ।


ଜ୍ଞାନ ଦେଇ ଛନ୍ତି ସତ୍ୟ ପଥ ପାଇଁ

  ପାଦହାତ କର୍ମ ପାଇଁ,

ଗୁରୁ ମନ୍ତ୍ର ତାଙ୍କ ହରେ କୃଷ୍ଣ ରାମ

  ନିତ୍ୟେ ଭୋଜିବାର ପାଇଁ।


ଜ୍ଞାନୀ ଜାଣିଥାଏ ମୁଳ ରହଶ୍ୟକୁ

  ଜନେ ଦିଏ ଉପଦେଶ,

ଭକ୍ତି ମନେ କଲେ ନାମକୁ ଭଜନ

  ବୈକୁଣ୍ଠରେ ହୁଏ ବାସ।


ନଥାଏ ଛଳନା ଥାଏ ଆଶିର୍ବାଦ

 ଗୁରୁ ମନ୍ତ୍ର ଜପୁ ଥିଲେ,

ଜୀବନର ପଥ ସୁଗମ ହୁଅଇ

 ପ୍ରଭୁ ଭକ୍ତି କରୁ ଥିଲେ।


ଜ୍ଞାନ ଦେଇଛନ୍ତି ଜନସେବା ପାଇଁ

  ସମଭାବ ମନ୍ତ୍ର ହୃଦେ,

ରାଷ୍ଟ୍ର କାର୍ଯ୍ୟେ ତାର ସମର୍ପଣ ଭାବ

 ରାଷ୍ଟ୍ରପ୍ରେମ ଥାଏ ହୃଦେ।


ନିସ୍ବାର୍ଥରେ କାର୍ଯ୍ୟ ସମାଜ କଲ୍ୟାଣେ

 କରୁ ଥାଏ ଯେଉଁ ଜନେ,

ଦୁଃଖୀ ଜନ ଅଶ୍ରୁ ପଛୁ ଥାଏ ନିତ୍ୟେ

  ପ୍ରଭୁଙ୍କ ଚରଣେ ଧ୍ୟାନେ।


ଜପମାଳି ତାର ହରେ କୃଷ୍ଣ ରାମ

  କାଳିଆର ଭକ୍ତି ହୃଦେ,

ପ୍ରଭୁଙ୍କର ପ୍ରୀୟ ଅଟେ ଭକ୍ତ ସେହୁ

  ଭକ୍ତି ଦାରୁବ୍ରହ୍ମ ହୃଦେ।


ଛଳନା ନାହିଁଟି ନାମ ମହାମନ୍ତ୍ରେ

  ପ୍ରେମଶ୍ରଦ୍ଧା ଥାଏ ତହିଁ,

କରେ ଜପମାଳି ପବିତ୍ର ମନରେ

  ବୈକୁଣ୍ଠର ପ୍ରାପ୍ତି ତହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract