STORYMIRROR

Kabiratna Nutan Kumar Behera

Abstract Classics Inspirational

4  

Kabiratna Nutan Kumar Behera

Abstract Classics Inspirational

ନାହିଁ ସେ ଦିନର ସେ ରଜଦୋଳି

ନାହିଁ ସେ ଦିନର ସେ ରଜଦୋଳି

1 min
286


ନାହିଁ ସେ ଦିନର ସେ ରଜଦୋଳି

ଆଜି ଆଉ ନାହିଁ ତାର ସେ ମଜା ମଉଜ

ମିଳୁଥିଲା ଯା' ଖେଳି ଖେଳି ସେ ରଜଦୋଳି 

ଏବେ ଗାଆଁ ଦାଣ୍ଡର ଧୂଳିରୁ ସହର ଗଳି

ସ୍ମୃତି ତାର ଦିଶେ ସାମାଜିକ ଗଣମାଧ୍ୟମରେ 

ଏମିତି ହେଉଥିଲା କହି ହେଉ ଭାଳି

ଯୁଗ ତ ଯାଇଛି ବହୁତ ବଦଳି

ନାହିଁ ସେ ଦିନର ସେ ରଜଦୋଳି

ପହିଲି ଆଶାଢ଼େ ମୌସୁମୀ ଝୁଲି ଝୁଲି

ଆଣୁଥିଲା ବର୍ଷାରାଣୀକୁ କୋଳେ ତୋଳି

ଆକାଶରେ କଳା ଘୁମୁର ମେଘାଡ଼ାମ୍ଵର 

ଘଡ଼ଘଡ଼ି ସାଥେ ଖେଳୁଥିଲା ବିଳୁଳି

ଫାଳ ଫାଳ ଭାଙ୍ଗୁଥିଲା ବାଦଲ

ତୁହାକୁ ତୁହା ବରଷା ପଡୁଥିଲା ଅଜାଡ଼ି

ସ୍ଵାଗତରେ ତାର ରଜଦୋଳି କରି କଟକଟ

ପିନ୍ଧାଉଥିଲା ବଗାଳିଆକୁ ବି ମୁକୁଟ 

ଗାଁ ମୁଣ୍ଡ ବରଗଛ ଡାଳ ଛାଇ ତଳେ

ଜମୁଥିଲା କୁଆଁରୀ ଝିଅମାନଙ୍କର ଭିଡ

ପୁଅମାନେ ଖେଳୁଥିଲେ ଦାଣ୍ଡିଆ ଡୁଡୁ 

ଆନନ୍ଦ ଉଲ୍ଲାସରେ ସ୍ଥାନ ପଡୁଥିଲା ଉଛୁଳି

ନାହିଁ ସେ ଦିନର ସେ ରଜଦୋଳି 

ମାଆ ବସୁନ୍ଧରା ରଜସ୍ଵଳା ହୁଏ ଏ ଦିନ 

ତା' ସମ୍ମାନ ଭକ୍ତିରେ ପୂଜୁଥିଲେ ଦେବାଦେବୀ 

ପିଠା ପଣାରେ ଘର ବାସୁଥିଲା ମହମହ

କଦମ୍ଵ ଫୁଟି ପବନେ ବିତରୁ ଥିଲା ମହକ

ଚାଷୀଭାଇ ଚାଷ ପାଇଁ ହୋଇ ପ୍ରସ୍ତୁତ

ମାନୁଥିଲା ପହିଲି ରଜରୁ ଭୂଇଁ ଦହନ ଯାଏଁ

ବିଶ୍ରାମ ନେଉଥିଲା ଖୁସିରେ ପରିବାର ସାଥୀରେ 

ସେ ସବୁ ତ ମଉଳା ଫୁଲ ପରି ଯାଇଛି ମଉଳି

ନାହିଁ ଆଜି ସେ ଦିନର ସେ ରଜଦୋଳି

ଏବେ ଯେଉଁଠି ଶୁଣ କୋଳାହଳ ଆଉ କଳି

ଗୋଡ଼ ଟଣାଟଣି ଯେତେ ଠକାମୀର ବୁଦ୍ଧି

ଖିଆପିଆ ହୁଏ ଧୁମ୍ ଘରଠୁ ହୋଟେଲ 

ପିନ୍ଧା ହୁଏ ନୂଆ ପୋଷାକ ପତ୍ର ଦୈନଦିନ

ଏକା ଏକା ଭାବ ଭାବନାର ଲୋକଙ୍କ ମେଳି

ଆଉ ସତ୍ ଭାବର ମଣିଷ ହୁଅନ୍ତି ସବୁ ବିରୋଧୀ

ନିଜର ମତ ସବୁଠୁ ବଡ଼ କହି ମାରନ୍ତି ତାଳି

ପ୍ରଶଂସା ଶୁଣିବାକୁ କାହାର ମିଳେ ନାହିଁ 

ହୁଏ କୁତ୍ସାରଟନା ଆଉ ଦିଆଯାଏ ଅଶ୍ରାବ୍ୟ ଗାଳି 

ନିଶାରେ ଝୁଲୁଛି ସଭ୍ୟତା ସଂସ୍କୃତିର ଦୋଳି

ସାମାଜିକ ପ୍ରଥା ପରମ୍ପରା ଯାଇଛି ବଦଳି

ନାହିଁ ସେ ଦିନର ସେ ରଜଦୋଳି।


Rate this content
Log in

Similar oriya poem from Abstract