STORYMIRROR

Ajit Kumar Raut

Abstract Inspirational

3  

Ajit Kumar Raut

Abstract Inspirational

ନାହିଁ ଭେଦଭାବ ଯହିଁ

ନାହିଁ ଭେଦଭାବ ଯହିଁ

1 min
124


ନାହିଁ ଭେଦଭାବ         ଏକତାର ଭାବ

       ନାହିଁ ଜାତିଭେଦ ତହିଁ,

ବାନ୍ଧି ହୋଇ ଶୁତ୍ରେ       ଖେଳନ୍ତି ଖୁସିରେ

       ଆନନ୍ଦ ଉତ୍ସାହେ ଯହିଁ।

ପ୍ରେମ,ଶ୍ରଦ୍ଧା,ପ୍ରୀତି        ଭରିଥାଏ ତହିଁ

        ଥାଏ ଏକତାର ଭାବ,

ନଥାଏ ଟି ତହିଁ         ହିଂସା ଅହଂକାର

       ନାହିଁରେ କପଟ ଭାବ।

ନାଚୁଥାନ୍ତି ଶିଶୁ        ଖେଳୁଥାନ୍ତି ହର୍ଷେ

       ଏହୁତ ଶିଶୁ ସଂସାର,

ଭିନ୍ନ ଭିନ୍ନ ରଙ୍ଗ         ଭିନ୍ନ ଭିନ୍ନ ବାସ

        ଗୁଞ୍ଜୁଥାଏ ଏକତାର।

ଯେତେ ଭିନ୍ନ ଭିନ୍ନ        ଗୁଣ ଅଛି ତହିଁ

       ଭିନ୍ନରେ ଏକତା ଯହିଁ,

ଜୁଇ,ଜାଇ ମଲ୍ଲୀ       ଗୋଲାପ କେତକୀ

       ଏକ ମନଭାବ ତହିଁ।

ବାସ ବାଣ୍ଟିବାକୁ         ତାଙ୍କ କାମ ଜାଣ

      ମନ ମୋହୁଥାନ୍ତି ଯହିଁ,

ନାହିଁ ଜାତି ଧର୍ମ         ସବୁତ ଫୁଲରେ

        ମନର ଭାବନା ତହିଁ,

ସବୁ ଫୁଲ ସେହୁ        ଗୋଟିଏ ଜାତିର

       ଭାରତୀୟ ଅଟେ ଧର୍ମ,

ରାଷ୍ଟ୍ରୀୟତା ଯହିଁ        ଗୁଞ୍ଜନ ହୃଦୟରେ

     ଧର୍ମ ନାହିଁ ତାଙ୍କ କର୍ମ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract